ସାର ପାଇଁ ଉତ୍ତେଜନା : ଭଂଜନଗର ସାନକୋଦଣ୍ଡ ପଂଚାୟତ ସେବା ସମବାୟ ସମିତି ଆଗରେ ସାର ପାଇଁ ଦୀର୍ଘ ସମୟ ଅପେକ୍ଷା ପରେ ନିରାଶ ଚାଷୀ; ସାର ନମିଳିବାରୁ କୃଷି ଅଧିକାରୀଙ୍କୁ ଘେରିଲେ ଚାଷୀ

87

କନକ ବ୍ୟୁରୋ : ସାର ପାଇଁ ଚାଷୀ ହେଉଛନ୍ତି ହଟହଟା । ପୁଣି ଥରେ ଏଭଳି ଚିତ୍ର ଦେଖିବା ମିଳିଛି ଭଂଜନଗର ଅଂଚଳରେ । ସାନକୋଦଣ୍ଡା ପଂଚାୟତର ଯୋଗିମାରିଠାରେ ଥିବା ସେବା ସମୟବାୟ ସମିତିରେ ସାନ ନେବା ପାଇଁ ଚାଷୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ରାତି ୪ଟାରୁ ସେମାନେ ସେଠାରେ ଧାଡିରେ ଠିଆ ହୋଇ ରହିଥିଲେ । ହଜାର ହଜାର ଚାଷୀ ସାର ପାଇଁ ଦୀର୍ଘ ସମୟ ଅପେକ୍ଷା ପରେ ସେବା ସମବାୟ ସମିତିର ସଂପାଦକ ସାର ବିକ୍ରି କରିବା ପାଇଁ ସାହସ କରିପାରିଲେ ନାହିଁ ଏବଂ କୃଷି ଅଧିକାରୀଙ୍କୁ ସୂଚନା ଦେଇଥିଲେ ।

ପୋଲିସ ଆସିଲେ ସାର ବିକ୍ରି ହେବ ବୋଲି କୃଷି ଅଧିକାରୀ କହିବା ପରେ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଅଂଚଳରେ ସାରର କଳାବଜାରୀ ହେଉଥିବା ବେଳେ ସମବାୟ ସମିତି ଆଗରେ ଲମ୍ବା ଧାଡିରେ ଅପେକ୍ଷା କରିବା ପରେ ମଧ୍ୟ ସେମାନଙ୍କୁ ସାର ମିଳିନାହିଁ । ଏହାକୁ ନେଇ ଉତେଜନା ପ୍ରକାଶ ପାଇଛି ।