ପରୀକ୍ଷା ମୂଳକ ଭାବେ ମାଲବାହୀ ଟ୍ରେନ ଗଡିଲା ବେଳେ ଉତେଜନା : ପାରାଦୀପ-ହରିଦାସପୁର ରେଳ ଲାଇନରେ ଯାତ୍ରୀବାହି ଟ୍ରେନ ଚଳାଇବା ଦାବି; ମହାକାଳପଡା ବ୍ଲକ ନୁଆ ଗାଁ ଷ୍ଟେସନରେ ସ୍ଥାନୀୟ ଲୋକଙ୍କ ଧାରଣା

213

କନକ ବ୍ୟୁରୋ : ପାରାଦୀପ-ହରିଦାଶପୁର ରେଳ ଉଦଘାଟନ ଆଗରୁ ତେଜିଲା ବିରୋଧ । ମାଲବାହୀ ବଦଳରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଦାବିରେ ରେଳ ଟ୍ରାକରେ ପ୍ରତିବାଦରେ ବସିଲେ ଲୋକେ । ନୂଆ ଗାଁ ଷ୍ଟେସନରେ ଏପରି ବିରୋଧ ଦେଖିବାକୁ ମିଳିଛି । ଆଜି ପାରାଦୀପ ବନ୍ଦରରୁ ପରୀକ୍ଷାମୂଳକ ଭାବେ ଏକ ମାଲବାହୀ ଟ୍ରେନ୍ କୋଇଲା ନେଇ ହରିଦାଶପୁର ଅଭିମୁଖେ ବାହାରିଥିଲା ।

ମହାକାଳପଡା ବ୍ଲକର ନୂଆଗାଁ ଷ୍ଟେସନ ଠାରେ ସ୍ଥାନୀୟ ଲୋକେ ପ୍ରତିବାଦରେ ରେଳରୋକ୍ କରିବା ଫଳରେ ପାରାଦୀପ ବନ୍ଦରରୁ କୋଇଲା ନେଇ ଆସିଥିବା ମାଲବାହୀ ଟ୍ରେନ୍ ନୂଆଗାଁ ଷ୍ଟେସନ ଠାରେ ଅଟକି ରହିଛି । ସ୍ଥାନୀୟ ଲୋକେ ପ୍ରତିବାଦରେ ଟ୍ରାକ୍ ଉପରେ ବସି ରହିଥିଲେ ।

Comments are closed.