କନକ ବ୍ୟୁରୋ : ପାରାଦୀପ-ହରିଦାଶପୁର ରେଳ ଉଦଘାଟନ ଆଗରୁ ତେଜିଲା ବିରୋଧ । ମାଲବାହୀ ବଦଳରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଦାବିରେ ରେଳ ଟ୍ରାକରେ ପ୍ରତିବାଦରେ ବସିଲେ ଲୋକେ । ନୂଆ ଗାଁ ଷ୍ଟେସନରେ ଏପରି ବିରୋଧ ଦେଖିବାକୁ ମିଳିଛି । ଆଜି ପାରାଦୀପ ବନ୍ଦରରୁ ପରୀକ୍ଷାମୂଳକ ଭାବେ ଏକ ମାଲବାହୀ ଟ୍ରେନ୍ କୋଇଲା ନେଇ ହରିଦାଶପୁର ଅଭିମୁଖେ ବାହାରିଥିଲା ।
ମହାକାଳପଡା ବ୍ଲକର ନୂଆଗାଁ ଷ୍ଟେସନ ଠାରେ ସ୍ଥାନୀୟ ଲୋକେ ପ୍ରତିବାଦରେ ରେଳରୋକ୍ କରିବା ଫଳରେ ପାରାଦୀପ ବନ୍ଦରରୁ କୋଇଲା ନେଇ ଆସିଥିବା ମାଲବାହୀ ଟ୍ରେନ୍ ନୂଆଗାଁ ଷ୍ଟେସନ ଠାରେ ଅଟକି ରହିଛି । ସ୍ଥାନୀୟ ଲୋକେ ପ୍ରତିବାଦରେ ଟ୍ରାକ୍ ଉପରେ ବସି ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/vlcsnap-2020-07-31-12h53m40s98.png)