କନକ ବ୍ୟୁରୋ : ଆଜି ଧନତେରାସ । ଦୀପାବଳି ପୂର୍ବଦିନ ପଡିଥାଏ ଧମତେରାସ । କୁହାଯାଏ ଧନତେରାସରେ ସୁନା କିମ୍ବା ରୂପା କିଣିଲେ ଘରକୁ ସୁଖ ଓ ସମୃଦ୍ଧି ଆସିଥାଏ । ଆଗରୁ ଓଡିଶା ପରମ୍ପରାରେ ଅକ୍ଷୟ ତୃତୀୟାରେ ସୁନା କିମ୍ବା ରୂପା କିଣିଲେ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି । ଏବେ କିନ୍ତୁ ଗତ କିଛି ବର୍ଷ ହେଲା ଧନତେରାସକୁ ବି ଶୁଭଦିନ ବୋଲି ବିବେଚନା କରାଯାଉଛି । ଲୋକେ ଅଧିକ ସୁନା କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଧନତେରାସ ଓ ଅକ୍ଷୟତୃତୀୟା ଭଳି ପର୍ବରୁ ଲୋକଙ୍କ ସୁନା ଓ ରୂପା କିଣିବା ପ୍ରତି ଆଗ୍ରହ ବଢୁଛି ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନାଗହଣା ଦୋକାନ ବି ଖୋଲୁଛି । ତେବେ ଲୋକେ କାହିଁକି ସୁନା କିିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।
- ସୁନା ଏକ ନିରାପଦ ନିବେଶ ବୋଲି ଲୋକଙ୍କ ଧାରଣା ରହିଛି
- ସୁନାର ମୂଲ୍ୟ କ୍ରମାଗତ ଭାବେ ବଢୁଛି
- ବିବାହ ଓ ଅନ୍ୟାନ୍ୟ ଉତ୍ସବରେ ସୁନା ଓ ସୁନା ଗହଣାର ଆବଶ୍ୟକତା ରହିଛି
- ଧନତେରାସରେ ସୁନା ଆଣିଲେ ସୁଖ-ସମୃଦ୍ଧି ବଢିବା ନେଇ ବିଶ୍ୱାସ ରହିଛି
- ପାରମ୍ପରକି ଭାବେ ଓଡିଶାବାସୀ ସୁନାଗହଣାକୁ ପସନ୍ଦ କରିଥାନ୍ତି
- ଅକ୍ଷୟତୃତୀୟା ଓ ଧନତେରାସ ଭଳି ଦିନରେ ସୁନା ଗହଣା କିଣିବା ପରମ୍ପରା ରହିଛି
- ଅନେକ ଏହାକୁ ଆଭିଜାତ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ଭାବିଥାନ୍ତି
- ସୁନାଦେକାନୀଙ୍କ ଲୋଭନୀୟ ବିଜ୍ଞାପନ ଓ ଅଫର ଲୋକଙ୍କୁ ଆକର୍ଷିତ କରିଥାଏ
ଧନତେରାସ ପାଇଁ ସୁନା ଦୋକାନୀଙ୍କ ଲୋଭନୀୟ ଅଫର ବର୍ଷା । ସୁନା କିଣିବା ପାଇଁ ଲୋକଙ୍କ ମଧ୍ୟରେ ବଢୁଛି ଆଗ୍ରହ
/kanak/media/post_attachments/wp-content/uploads/2022/10/15-12.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)