କନକ ବ୍ୟୁରୋ : ଦେଢ ଲକ୍ଷ ଲାଞ୍ଚ ନେଇ ଅବକାରୀ ଅଧିକାରୀ ଗିରଫ । ଦେବଗଡ଼ ଜିଲ୍ଲା ଅବକାରୀ ବିଭାଗ ଇନଚାର୍ଜ ସୁପରିଟେଣ୍ଡେଣ୍ଟ ଅଜିତ ମହାପାତ୍ର ଓ ଅବକାରୀ ବିଭାଗ ଏଏସ୍ଆଇ ମଥୁରା ମୋହନ ପ୍ରଧାନ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ୧ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ୨ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଜଣେ ଲାଇସେନ୍ସ ପ୍ରାପ୍ତ ଫରେନ୍ ଲିକର ଭେଣ୍ଡରଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ୩ ଲକ୍ଷ ଟଙ୍କା ଲାଞ୍ଚକୁ ଦୁଇଟି କିସ୍ତିରେ ନେବାର ଯୋଜନା ହୋଇଥିଲା ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି । ତେବେ ରିପୋର୍ଟ ଲେଖାଯିବା ବେଳକୁ ଉଭୟଙ୍କ ଘରେ ଭିଜିଲାନ୍ସ ରେଡ଼ ଚାଲିଛି ।
ଦେଢ ଲକ୍ଷ ଲାଞ୍ଚ ନେଇ ଅବକାରୀ ଅଧିକାରୀ ଗିରଫ । ମଦ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।
/kanak/media/post_attachments/wp-content/uploads/2021/09/7891c2a6-96af-4a67-bc4f-8c2abebfd067.jpg)