ଦେଶୀ ମଦ ବିକ୍ରି ସନ୍ଦେହରେ ଅବକାରୀ ବିଭାଗର ଚଢାଉ : ଉତ୍ୟକ୍ତ ଲୋକଙ୍କ ମାଡରେ ଜଣେ ମହିଳା କର୍ମଚାରୀଙ୍କ ସମେତ ୫ କର୍ମଚାରୀ ଆହତ

122

କନକ ବ୍ୟୁରୋ : ଭୁବନେଶ୍ବର ଉପକଣ୍ଠ ଭରତପୁର ଅଞ୍ଚଳରେ ଅବକାରୀ କର୍ମଚାରୀଙ୍କୁ ମାଡ଼ ମରାଯ଼ାଇଥିବା ସୂଚନା ମିଳିଛି । ମଦ କାରବାର ଉପରେ ଚଢ଼ାଉ ପାଇଁ ଅବକାରୀ କର୍ମଚାରୀମାନେ ଯାଇଥିବା ବେଳେ ସେମାନଙ୍କୁ ସଂଘବଦ୍ଧ ହୋଇ ଆକ୍ରମଣ କରାଯ଼ାଇଥିଲା । ଏହି ସଂଘବଦ୍ଧ ଆକ୍ରମଣରେ ମହିଳା କର୍ମଚାରୀଙ୍କ ସହ ୫ ଆହତ ହୋଇଥିବା ସୂଚନା ମିଳିଛି । ଏହା ସହିତ ଅବକାରୀ କର୍ମଚାରୀଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରାଯ଼ାଇଛି । କମିଶନରେଟ୍ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ଅବକାରୀ କର୍ମଚାରୀ ଉଦ୍ଧାରଙ୍କୁ ଉଦ୍ଧାର କରାଯ଼ାଇଛି । ଏହି ଘଟଣାରେ ୨ ଜଣକୁ ଅଟକ ରଖାଯ଼ାଇଛି ।