କନକ ବ୍ୟୁରୋ: ମଦ ବଢ଼ାଇବ ରାଜ୍ୟ ଅବକାରୀ ରାଜକୋଷ । ଚଳିତ ବର୍ଷ ଅର୍ଥାତ୍ ୨୦୧୯-୨୦ ଆର୍ଥିକ ବର୍ଷରେ ୪ ହଜାର ୬୦୦ କୋଟି ଟଙ୍କା ଅବକାରୀ ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ବିଧାନସଭାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତନାରାୟଣ ଜେନାଙ୍କ ଏକ ତାରକା ପ୍ରଶ୍ନରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ଖୋଦ୍ ଅବକାରୀ ବିଭାଗର ମନ୍ତ୍ରୀ ନିରଞ୍ଜନ ପୂଜାରୀ ।ବିଧାନସଭାରେ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରଶ୍ନ କରିଥିଲେ ଯେ ଗତ ବର୍ଷ ଅର୍ଥାତ୍ ୨୦୧୮-୧୯ ଆର୍ଥିକ ବର୍ଷରେ ଅବକାରୀ ରାଜସ୍ୱ କେତେ ରାଜକୋଷକୁ ଆସିଥିଲା ଏବଂ ଚଳିତ ବର୍ଷ ୨୦୧୯-୨୦ ଆର୍ଥିକ ବର୍ଷରେ ଅବକାରୀ ରାଜସ୍ୱ କେତେ ମିଳିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଯାହାର ଉତ୍ତରରେ ମନ୍ତ୍ରୀ ପୂରା ଲିଖିତ ଭାବେ ଗୃହରେ ଉପସ୍ଥାପନ କରିଥିଲେ । ସାମାଜିକ ଶୃଙ୍ଖଳା ଓ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମଦ୍ୟପାନରେ ଅଭ୍ୟସ୍ତ ଥିବା ଜନସାଧାରଣଙ୍କୁ ସରକାରୀ ଅନୁମୋଦିତ ମଦ ଦୋକାନ ମାଧ୍ୟମରେ ସୁଲଭ ତଥା ଉତ୍ତମ ମନର ମଦ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ବଢ଼ିବ ଅବକାରୀ ରାଜସ୍ୱ । ମନ୍ତ୍ରୀ କହିଲେ, ଅବକାରୀ ରାଜକୋଷକୁ ଚଳିତ ଆର୍ଥିକ ବର୍ଷରେ ମଦରୁ ମିଳିବ ୪ ହଜାର ୬୦୦ କୋଟି ଟଙ୍କା
/kanak/media/post_attachments/wp-content/uploads/2019/11/NIRANJAN-PUJARI_00000.jpg)