କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବ ଉପ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରାଯାଇଛି । ଦିଲ୍ଲୀର ରାଓଜ ଏଭିନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ମେ ମାସ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା ପୂର୍ବ ଶୁଣାଣି ବେଳେ କୋର୍ଟ ୨୭ ଏପ୍ରିଲ ପର୍ଯ୍ୟନ୍ତ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଥିଲେ । ଜେଲରେ ଥିବା ସିସୋଦିଆ ନିଜ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଦର୍ଶାଇ ଅଦାଲତରେ ଜାମିନ ଆବେଦନ କରିଥିଲେ ।

Advertisment

ସୂଚନା ଥାଉକି ମନୀଷ ସିସୋଦିଆଙ୍କ ପତ୍ନୀ ଅଟୋଇମ୍ୟୁନ ଡିସଅର୍ଡର ଭଳି ବିରଳ ରୋଗରେ ପୀଡିତ ଅଛନ୍ତି । ତାଙ୍କର ଚିକିତ୍ସା ଏକ ଘରୋଇ ହସ୍ପିଟାଲରେ ଜାରି ରହିଛି । ୪୯ ବର୍ଷିୟ ସୀମା ସିସୋଦିଆ ୨୦୦୦ ମସିହାରୁ ଏହି ବିରଳ ରୋଗରେ ପୀଡତ ଅଛନ୍ତି । ଗତ ୨୩ ବର୍ଷ ଧରି ତାଙ୍କର ଚିକିତ୍ସା ଚାଲିଛି ।

କହିରଖୁ କି, ଦିଲ୍ଲୀ ଅବକାରୀ ନୀତି କଥିତ ଦୁର୍ନୀତି ମାମଲାରେ ୨୬ ଫେବୃଆରୀ ଦିନ ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ଏବେ ସେ ତିହାର ଜେଲରେ ବନ୍ଦୀ ଅଛନ୍ତି ।