ପାର୍ବଣରେ ଅବକାରୀ ବିଭାଗର ଡ୍ୟାନ୍ସ ବାରକୁ ଟାର୍ଗେଟ : ବିଭିନ୍ନ ବାର, କ୍ଲବ, ଡ୍ୟାନ୍ସ ବାର ଏବଂ ପବ ଉପରେ ଚଢାଉ

ପାର୍ବଣରେ ଅବକାରୀ ବିଭାଗର ଡ୍ୟାନ୍ସ ବାରକୁ ଟାର୍ଗେଟ : ବିଭିନ୍ନ ବାର, କ୍ଲବ, ଡ୍ୟାନ୍ସ ବାର ଏବଂ ପବ ଉପରେ ଚଢାଉ

କନକ ବ୍ୟୁରୋ : ବିଳମ୍ବିତ ରାତିରେ ରାଜଧାନୀରେ ଥିବା ବିଭିନ୍ନ ବାର ଉପରେ ଅବକାରୀ ବିଭାଗର ଅତର୍କିତ ଚଢାଉ । ସହରରେ ଥିବା ବାର, ପବ, କ୍ଲବ ଓ ଡ୍ୟାନ୍ସ ଉପରେ ଚଢାଉ ପାଇଁ ତିଆରି ହୋଇଛି ୩ଟି ଟିମ୍ । ପାର୍ବଣକୁ ଆଖି ଆଗରେ ରଖି ଏହି ଟିମ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ରଖିବ କଡା ନଜର । ବିଭିନ୍ନ ସମୟରେ ରାତିରେ ଡ୍ୟାନ୍ସ ବାରଗୁଡ଼ିକ ନୀତି ନିୟମକୁ ଉଲ୍ଲଂଘନ କରି ଚାଲୁଥିବା ଅଭିଯୋଗ ରହିଛି ।

ଏହାକୁ ନେଇ ପୁଲିସ ଓ ଅବକାରୀ ବିଭାଗ ଉପରେ ପ୍ରଶ୍ନ ଉଠିଥିବା ବେଳେ ଗତକାଲି ରାତିରେ ବାର ଗୁଡିକରେ ଅବକାରୀ ଟିମ୍ ରେଡ୍ କରିଛି । ରେଡ୍ ବେଳେ ବିଭିନ୍ନ ବାର ବନ୍ଦ ରହିଥିବା ବେଳେ କିଛି ଡ୍ୟାନ୍ସ ବାରରେ ଯୁବତୀଙ୍କ ନାଚ ଦେଖିବାକୁ ମିଳିଥିଲା । ଏହି ସମୟରେ ବାର ଗୁଡିକର ଆଇଡି ଚେକ୍ କରିବା ସହିତ ଲାଇସେନ୍ସ ଚେକ୍ କରିଥିଲା ଟିମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe