କନକ ବ୍ୟୁରୋ : ବିଳମ୍ବିତ ରାତିରେ ରାଜଧାନୀରେ ଥିବା ବିଭିନ୍ନ ବାର ଉପରେ ଅବକାରୀ ବିଭାଗର ଅତର୍କିତ ଚଢାଉ । ସହରରେ ଥିବା ବାର, ପବ, କ୍ଲବ ଓ ଡ୍ୟାନ୍ସ ଉପରେ ଚଢାଉ ପାଇଁ ତିଆରି ହୋଇଛି ୩ଟି ଟିମ୍ । ପାର୍ବଣକୁ ଆଖି ଆଗରେ ରଖି ଏହି ଟିମ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ରଖିବ କଡା ନଜର । ବିଭିନ୍ନ ସମୟରେ ରାତିରେ ଡ୍ୟାନ୍ସ ବାରଗୁଡ଼ିକ ନୀତି ନିୟମକୁ ଉଲ୍ଲଂଘନ କରି ଚାଲୁଥିବା ଅଭିଯୋଗ ରହିଛି ।

Advertisment

ଏହାକୁ ନେଇ ପୁଲିସ ଓ ଅବକାରୀ ବିଭାଗ ଉପରେ ପ୍ରଶ୍ନ ଉଠିଥିବା ବେଳେ ଗତକାଲି ରାତିରେ ବାର ଗୁଡିକରେ ଅବକାରୀ ଟିମ୍ ରେଡ୍ କରିଛି । ରେଡ୍ ବେଳେ ବିଭିନ୍ନ ବାର ବନ୍ଦ ରହିଥିବା ବେଳେ କିଛି ଡ୍ୟାନ୍ସ ବାରରେ ଯୁବତୀଙ୍କ ନାଚ ଦେଖିବାକୁ ମିଳିଥିଲା । ଏହି ସମୟରେ ବାର ଗୁଡିକର ଆଇଡି ଚେକ୍ କରିବା ସହିତ ଲାଇସେନ୍ସ ଚେକ୍ କରିଥିଲା ଟିମ୍ ।