ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସନରେ ଅବକାରୀ ବିଭାଗ: ଚୋରା ମଦ, ଗଂଜେଇ ଓ ବ୍ରାଉନ ସୁଗାର ରୋକିବାକୁ ନିର୍ଦ୍ଦେଶ

Advertisment
ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସନରେ ଅବକାରୀ ବିଭାଗ: ଚୋରା ମଦ, ଗଂଜେଇ ଓ ବ୍ରାଉନ ସୁଗାର ରୋକିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସନରେ ଅବକାରୀ ବିଭାଗ । ସମସ୍ତ ଅଧିକାରୀଙ୍କୁ ଅବକାରୀ କମିସନର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପଡ଼ୋଶୀ ରାଜ୍ୟରୁ ଚୋରା ମଦ, ଗଂଜେଇ ଓ ବ୍ରାଉନ ସୁଗାର ଚାଲାଣ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୩୮ଟି ଚେକପୋଷ୍ଟରେ ଡ୍ୟୁଟି କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ବାହାର ରାଜ୍ୟରୁ ଆସୁଥିବା ଚୋରା କଫ୍ ସିରପ ଉପରେ ମଧ୍ୟ କଡ଼ା ନଜର ରଖିବାକୁ କୁହାଯାଇଛି । ଏହାସହ ଭୁବନେଶ୍ୱରରେ ଥିବା ବାର ଓ କ୍ଲବ ଅବକାରୀ ବିଭାଗ ନିୟମର ଖିଲାପ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ କ୍ଲବକୁ ସିଲ୍ କରିବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe