ଭୋଗରାଇର ୨ଟି ଜାଗାରେ ଅବକାରୀ ବିଭାଗର ଚଢ଼ାଉ । ୨ବାଇକ୍ ସହ ଧରାପଡ଼ିଲେ ୩ ଚୋରା ମଦ ବ୍ୟବସାୟୀ ।

51

କନକ ବ୍ୟୁରୋ: ଅବକାରୀ ବିଭାଗ ସ୍କାନରରେ ବାଲେଶ୍ୱର ଜିଲ୍ଲା ଭୋଗରାଇର ଚୋରା ମଦ ବ୍ୟବସାୟୀ । ଭୋଗରାଇର ଲକ୍ ଓ ବାଉଁଶଡିହାରେ ଚଢ଼ାଉ କରିଛି ଅବକାରୀ ବିଭାଗର ଟିମ୍ । ଅବକାରୀ ବିଭାଗର ଅତିରିକ୍ତ ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଚଢ଼ାଉ କରିଥିଲା । ଏଥିରେ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ, ଜଳେଶ୍ୱର ରେଂଜ, ଭୋଗରାଇ ଅବକାରୀ ଥାନାର ଅଧିକାରୀ ସାମିଲ ଥିଲେ । ଚଢ଼ାଉ ବେଳେ ୩ ଚୋରା ମଦ ବ୍ୟବସାୟୀ ଗିରଫ ହେବା ସହ ଦୁଇଟି ବାଇକ ଜବତ ହୋଇଛି । ଦୁଇଟି ମଦ ଭର୍ତି କାର ମଧ୍ୟ ଜବତ ହୋଇଛି । ଏହାସହ ଜବତ ହୋଇଥିବା ବିପୁଳ ପରିମାଣର ଦେଶୀ ମଦକୁ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ।