ଭୁବନେଶ୍ୱରରେ ବଢୁଛି ମୟୂରଭଞ୍ଜ ମଦର ଚହିଦା: ଦାମୀ କାରରେ ଦେଶୀ ମଦ ଚାଲାଣ ବେଳେ ରାଜଧାନୀରେ ଧରିଲା ଅବକାରୀ ବିଭାଗ

153

କନକ ବ୍ୟୁରୋ: ମୟୂରଭଞ୍ଜର ମଦ, ଭୁବନେଶ୍ୱରରେ ଡିମାଣ୍ଡ । ଦେଶୀ ମଦ ଚାଲାଣ ବେଳେ ବାନ୍ଧିଲା ଅବକାରୀ ବିଭାଗ । ଏକ ଦାମୀ କାରରେ ଦେଶୀ ମଦ ଚାଲାଣ ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫୦୦ ଲିଟରରୁ ଅଧିକ ମଦ ଜବତ କରାଯାଇଛି । ମଂଚେଶ୍ୱର ଥାନା ଅଧୀନ ଧିରକୁଟି ବସ୍ତିରେ ଏହି ମଦ ବିକ୍ରି ହୋଇଥାନ୍ତା । ତେବେ ନିର୍ବାଚନକୁ ଆଖି ଆଗରେ ରଖି ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଉପରେ ଜୋରଦାର ଚଢ଼ାଉ ଆରମ୍ଭ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ବିକାଶ କୁମାର ନାୟକ ସୂଚନା ଦେଇଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଚଢାଉ ଜୋରଦାର ହେବା ଜରୁରି ।