କନକ ବ୍ୟୁରୋ: ଶିମିଳିପାଳରେ ପୁଣି ଅଫିମ ଚାଷ ଉପରେ ଚଢାଉ । ମୟୂରଭଞ୍ଜ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଶିମିଳିପାଳର ଅସ୍ତକୁଅଁର ପଂଚାୟତର ଶାରୁଦା ଗାଁ ନିକଟରେ ୧୫ ଏକ ଜଙ୍ଗଲ ଜମିରେ ଚାଷ ହୋଇଥିବା ଅଫିମ ଗଛକୁ ପୋଡି ନଷ୍ଟ କରିଛି ଅବକାରୀ ବିଭାଗ । ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୧୦ କୋଟି ୫୦ ଲକ୍ଷ ହେବ । ଚଢାଉରେ ଯଶୀପୁର, ରାଇରଙ୍ଗପୁର ଅବାକରୀ ବିଭାଗ କର୍ମଚାରଙ୍କ ସମେତ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ୍ ୟୁନିଟ୍ ସାମିଲ ହୋଇଥିଲେ । ବର୍ତମାନ ସୁଦ୍ଧା ଶିମିଳିପାଳର ୭ଟି ସ୍ଥାନରେ ଅଫିମ ଚାଷ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨୫ କୋଟିରୁ ଅଧିକ ଟଙ୍କା ହେବ ।