ପ୍ଲାଷ୍ଟିକ୍ ଦିଅ ଚାଉଳ ନିଅ...ଏକ କିଲୋ ପ୍ଲାଷ୍ଟିକ୍ ବଦଳରେ କିଲେ ଚାଉଳ ଦେବାକୁ ବିଧାୟିକାଙ୍କ ଘୋଷଣା...ଜାଣନ୍ତୁ କେଉଁଠି

ପ୍ଲାଷ୍ଟିକ୍ ଦିଅ ଚାଉଳ ନିଅ...ଏକ କିଲୋ ପ୍ଲାଷ୍ଟିକ୍ ବଦଳରେ କିଲେ ଚାଉଳ ଦେବାକୁ ବିଧାୟିକାଙ୍କ ଘୋଷଣା...ଜାଣନ୍ତୁ କେଉଁଠି

କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶର ଜଣେ ବିଧାୟିକା ନିଜ ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ କରିବାର ଅଭିଯାନ ଆରମ୍ଭ କରିଛନ୍ତି। ସେ ଟିକେ ନିଆରା ଢ଼ଙ୍ଗରେ ଏହାକୁ ଆପଣେଇଥିବା ଜଣାଯାଇଛି। ଆନ୍ଧ୍ର ପ୍ରଦେଶର ରୋଜା ନାଗରୀ ବିଧାନସଭା ଆସନରୁ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିବା ଆରକେ ରୋଜା ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ଏକ କିଲୋଗ୍ରାମ୍ ପ୍ଲାଷ୍ଟିକ ବଦଳରେ ଏକ କିଲୋଗ୍ରାମ୍ ଚାଉଳ ଦେବାକୁ ଘୋଷଣା କରିଛନ୍ତି ।

ଚଳଚ୍ଚିତ୍ର ଅଭିନେତ୍ରୀରୁ ରାଜନେତ୍ରୀ ବନିଥିବା ରୋଜା କହିଛନ୍ତି ଯେ, ଏହି ଅଭିଯାନ ୩୦ ଦିନ ଯାଏଁ ଚାଲିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ,ପ୍ରତି ଓ୍ୱାର୍ଡ ଏବଂ ପଞ୍ଚାୟତରେ ପ୍ଲାଷ୍ଟିକ ଆବର୍ଜନା ସଫା କରିବାର ଅଭିଯାନ ବି ଆରମ୍ଭ କରାଯିବ । ଯଦି କେହି ତାଙ୍କ ନିକଟକୁ ଏହି ଆବର୍ଜନାନେଇ ଆସିବେ, ତେବେ ଏକ କିଲୋ ପ୍ଲାଷ୍ଟିକ ବଦଳରେ ସେ ତାଙ୍କୁ ଏକ କିଲୋ ଚାଉଳ ଦେବେ ବୋଲି କହିଛନ୍ତି।

ତାଙ୍କର ଜନ୍ମଦିନ ନଭେମ୍ବର ୧୭ରୁ ଏହା ଆରମ୍ଭ ହୋଇ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଜନ୍ମଦିନ ଡିସେମ୍ବର ୨୧ ଯାଏଁ ଏହି ଅଭିଯାନ ଜାରି ରହିବ ବୋଲି ବିଧାୟିକା ଆର କେ ରୋଜା ଘୋଷଣା କରିଛନ୍ତି। ସେ ଏହି ଅଭିଯାନର ନାମ ‘ନୋ ପ୍ଲାଷ୍ଟିକ-ନୁ ନାଗରୀ’ ରଖିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe