କନକ ବ୍ୟୁରୋ : ଆଜିଠାରୁ ୨୦୦୦ ଟଙ୍କିଆ ନୋଟ ବଦଳାଇବା ପ୍ରକ୍ରିୟା ଆରମ୍ଭ ହେବ । ଦେଶର ଯେକୌଣସି ବ୍ୟାଙ୍କରେ ଲୋକେ ଏହି ସୁବିଧା ପାଇପାରିବେ । ତେବେ ଏଭଳି ନିଷ୍ପତିକୁ ନେଇ କେନ୍ଦ୍ର ସରକାରକୁ ଖୁବ୍ ସମାଲୋଚନା କରିଛନ୍ତି ବିରୋଧୀ ଦଳ । ବିଜେପି ମଧ୍ୟ ପାଲଟା ଜବାବ ରଖିଛି । ଏହାରି ଭିତରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ।
କେମିତି ୨ହଜାର ଟଙ୍କା ବଦଳାଇବେ, ତାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଦେଖା ଦେଇଛି । ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଲୋକେ ସବୁ ବ୍ୟାଙ୍କରେ ୨ ହଜାର ନୋଟ ବଦଳାଇ ପାରିବେ କିମ୍ବା ଜମା କରିପାରିବେ । ଥରକରେ ଜଣେ ୧୦ଖଣ୍ଡ ୨ହଜାର ଟଙ୍କିଆ ନୋଟ ବଦଳାଇପାରିବ । କିନ୍ତୁ ୫୦ହଜାର ଟଙ୍କାରୁୁ ଅଧିକ ୨ହଜାର ଟଙ୍କିଆ ନୋଟ ବଦଳାଇଲେ ପାନକାର୍ଡ ତଥ୍ୟ ଦେବାକୁ ପଡିବ ।
୨ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ଖବର ପରେ ଏବେ ବଜାରରେ ପୁଣି ଦେଖିବାକୁ ମିଳିଛି ଏହି ବଡ ନୋଟ୍ । ଯେଉଁମାନେ ୨ ହଜାର ଟଙ୍କିଆ ନୋଟ୍ ନିଜ ପାଖରେ ରଖିଥିଲେ, ସେମାନେ ସୁନା କିଣୁଥିବା, ପେଟ୍ରୋଲ ଟାଙ୍କିକୁ ଆସି ତେଲ ପକାଉଥିବା ଦେଖିବାକୁ ମିଳିଛି ।
୨୦୦୦ ଟଙ୍କିଆ ନୋଟ ବଦଳ
କେଉଁ ବ୍ୟାଙ୍କରେ କ’ଣ ନିୟମ ?
ଏସବିଆଇ ବ୍ୟାଙ୍କ
ଏସବିଆଇରେ ନୋଟ ବଦଳାଇବା ପାଇଁ କୌଣସି ଫର୍ମ ଭରିବାକୁ ପଡିବନି
ଏସବିଆଇ ଖାତାରେ ୨୦୦୦ ଟଙ୍କିଆ ନୋଟ ଜମା କଲେ, ଜମା ନିୟମ ପାଳନ କରିବାକୁ ପଡିବ
ଦିନକରେ ଜଣେ ୧୦ଟି ୨୦୦୦ ଟଙ୍କିଆ ନୋଟ ବଦଳାଇପାରିବେ
ନୋଟ ବଦଳାଇବା ପାଇଁ କୌଣସି ପରିଚୟ ପତ୍ର ଦେଖାଇବାକୁ ପଡିବ ନାହିଁ
୫୦ ହଜାର ଟଙ୍କାରୁୁ ଅଧିକ ୨ହଜାର ଟଙ୍କିଆ ନୋଟ ଜମା କଲେ ‘ପାନ’ ତଥ୍ୟ ଦେବାକୁ ପଡିବ
ଏସବିଆଇରେ ଆକାଉଣ୍ଟ ନଥିଲେ ମଧ୍ୟ ନୋଟ ବଦଳାଇ ପାରିବେ ଗ୍ରାହକ
କାନାରା ବ୍ୟାଙ୍କ
କାନାରା ବ୍ୟାଙ୍କରେ ମଧ୍ୟ ସହଜରେ ନୋଟ ବଦଳାଇ ହେବ
ଦିନକୁ ୧୦ଟି ୨୦୦୦ ଟଙ୍କିଆ ନୋଟ ବଦଳାଇ ପାରିବେ ଗ୍ରାହକ
କାନାରା ବ୍ୟାଙ୍କରେ ଖାତା ଥିଲେ କୌଣସି ପରିଚୟ ପତ୍ର ଦେଖାଇବାକୁ ପଡିବନି
ବ୍ୟାଙ୍କରେ ଖାତା ନଥିଲେ କେୱାଇସି ନିୟମ ପାଳନ କରିବାକୁ ପଡିବ
୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ, ଜମା କରିବା ପାଇଁ ଆଇଡି ଦେଖାଇବାକୁ ପଡିବ
କିଏ କେତୋଟି ୨ ହଜାର ଟଙ୍କିଆ ନୋଟ ବଦଳାଇଲେ ବ୍ୟାଙ୍କ ପାଖରେ ତଥ୍ୟ ରହିବ
ଏଚଡିଏଫସି ବ୍ୟାଙ୍କ
ଏଚଡିଏଫସି ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ବିଶେଷ ପ୍ରସ୍ତୁତି କରାଯାଇଛି
ନୋଟ୍ ବଦଳାଇବାକୁ ଆକାଉଣ୍ଟଧାରୀ ବ୍ୟକ୍ତିଗତ ଭାବେ ବ୍ୟାଙ୍କକୁ ଯିବାକୁ ପଡିବ
ଏଚଡିଏଫସିରେ ଆକାଉଣ୍ଟ ନଥିଲେ ପରିଚୟପତ୍ର ଦେଖାଇ ନୋଟ ବଦଳାଇ ପାରିବେ
ଦିନକୁ ୧୦ଟି ୨ହଜାର ଟଙ୍କିଆ ନୋଟ ବଦଳାଇପାରିବେ ଗ୍ରାହକ
ନିଜ ଆକାଉଣ୍ଟରେ ଜମା କରିବା ପାଇଁ କୌଣସି ସୀମା ଧାର୍ଯ୍ୟ କରାଯାଇ ନାହିଁ
ଗ୍ରାହକଙ୍କୁ ଇ-ମେଲ କରି ଏହି ସୂଚନା ଦେଇଛି ଏଚଡିଏଫସି ବ୍ୟାଙ୍କ
ପିଏନବି ବ୍ୟାଙ୍କ
ପିଏନବି ବ୍ୟାଙ୍କରେ ଆକାଉଣ୍ଟ ଥିଲେ ସହଜରେ ୨୦୦୦ ଟଙ୍କିଆ ନୋଟ ବଦଳାଇପାରିବେ
ବ୍ୟାଙ୍କ ଖାତାରେ ୨ହଜାର ଟଙ୍କିଆ ନୋଟ ଜମା କରିବା ପାଇଁ କୌଣସି ସୀମା ନାହିଁ
ପିଏନବି ବ୍ୟାଙ୍କରେ ଖାତାନଥିଲେ ଆଇଡି ପ୍ରୁଫ ଦେଖାଇ ୨୦୦୦ ଟଙ୍କିଆ ନୋଟ ବଦଳାଇପାରିବେ
ଖାତାନଥିବା ଲୋକଙ୍କ ତଥ୍ୟ ରଖିବାକୁ ବ୍ୟାଙ୍କ ପରିଚୟ ପତ୍ର ରଖୁଛି
ଦିନକୁ ୧୦ଟି ୨୦୦୦ ଟଙ୍କିଆ ନୋଟ ବଦଳାଇପାରିବେ
୫୦ ହଜାରରୁ ଅଧିକ ଟଙ୍କାର ୨ହଜାର ଟଙ୍କିଆ ନୋଟ ଜମା କଲେ ‘ପାନ’ ତଥ୍ୟ ଦେବାକୁ ପଡିବ