କନକ ବ୍ୟୁରୋ: ଛତିଶଗଡ ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ଭିତରେ ହେଇଛି ଗୁଳିବିନିମୟ । ଏହି ଗୁଳି ବିନିମୟରେ ଜଣେ ଶିଶୁ ମୃତ୍ୟୁ ବରଣ କରିଥିବାବେଳେ, ମାଆ ଜଣକ ଗୁରୁତର ହେଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ଗୁରୁତର ହେଇଥିବା ମାଆଙ୍କ ହାତରେ ବାଜିଛି ଗୁଳି । ଗୁଳି ବାଜିବା ପରେ ମହିଳା ଜଣଙ୍କୁ ପୋଲିସ ଉଦ୍ଧାର କରିବା ସହିତ ହସ୍ପିଟାଲ ନେଇଛି । ଗଙ୍ଗାଲୁର ଥାନା ମୃତଓଣ୍ଡି ଜଙ୍ଗଲରେ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଏହି ଗୁଳି ବିନିମୟରେ ଗୋଟିଏ ୬ ବର୍ଷର ଶିଶୁ ମୃତ୍ୟୁବରଣ କରିଛି ବୋଲି ବିଜାପୁର ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।
ଛତିଶଗଡ ବିଜାପୁର ଜିଲ୍ଲାରେ ପୋଲିସ ମାଓବାଦୀ ଗୁଳିବିନିମୟ
କ୍ରସ୍ ଫାୟାରିଂ ବେଳେ ଜଣେ ଶିଶୁ ମୃତ, ମାଆ ଗୁରୁତର
ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲା ପୋଲିସ
ଗଙ୍ଗାଲୁର ଥାନା ଅଞ୍ଚଳରେ ଗୁଳି ବିନିମୟ
ବିଜାପୁର ଅତିରିକ୍ତ ଏସପିଙ୍କ ପକ୍ଷରୁ ସୂଚନା #chattisgarh#KanakNewspic.twitter.com/Kph1LgPzaA— Kanak News (@kanak_news) January 1, 2024