କନକ ବ୍ୟୁରୋ: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଏସ୍ ଦେବଦତ୍ତ ସିଂହ ପୁଲିସ ମୁଖ୍ୟାଳୟରେ ଆଇଜି ଭାବେ ନିଯୁକ୍ତି ପାଇଛନ୍ତି । ପିଏସ୍ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି ଦାୟିତ୍ୱ ମିଳିଛି । ବରଗଡ଼ରେ ରାହୁଲ ଜୈନ ଏବଂ ଅଖିଳେଶ୍ୱର ସିଂହ ଜଗତସିଂହପୁରରେ ଏସପି ହୋଇଛନ୍ତି । ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ା ଏସପି ଦାୟିତ୍ୱ ମିଳିଥିବା ବେଳେ କେ.ଆର ଦ୍ୟାନଦେଓଙ୍କୁ ମାଲକାନଗିରିରୁ ମୟୁରଭଂଜ ବଦଳି ହୋଇଛି । ମାଲକାନଗିରି ଏସପି ଭାବେ ପିଏସ୍ ମୀନାଙ୍କୁ ନିଯୁକ୍ତି ମିଳିଛି । ପ୍ରକାଶ ଆରକୁ ଭିଜିଲାନ୍ସ ବିଭାଗକୁ ବଦଳି ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us