କନକ ବ୍ୟୁରୋ: ଆଇପିଏସସ୍ତରରେ ଅଦଳବଦଳ । ରାଜ୍ୟ ସରକାର ପୁଲିସ ବିଭାଗରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । ଆଇପିଏସ ସଫିନ ଅହମ୍ମଦ କ୍ରାଇମବ୍ରାଞ୍ଚ ଆଇଡି ଭାବେ ନିଯୁକ୍ତ ହୋଇଛନ୍ତି ।
ସେହିଭଳି ସାର୍ଥକ ଷଡଙ୍ଗୀ ଅଗ୍ନିଶମ ଏବଂ ହୋମଗାର୍ଡ ଡିଆଇଜି ହୋଇଛନ୍ତି । ସତ୍ୟଜିତ ନାୟକଙ୍କୁ ଏଚଆରପିସିର ଡିଆଇଜି ଭାବେ ଦାୟିତ୍ୱ ମିଳିଛି । ଯୁଗଳ କିଶୋର ବନୋଥ ମୁଖ୍ୟାଳୟ ଏଆଇଜିପି ଭାବେ ନିଯୁକ୍ତ ହୋଇଛନ୍ତି । ନୟାଗଡ ଏସପି ଭାବେ ରାହୁଲ ଜୈନଙ୍କୁ ଦାୟିତ୍ୱ ମିଳିଛି । କଟକ ଗ୍ରାମାଞ୍ଚଳ ଏସପି ହୋଇଛନ୍ତି ମିହିର କୁମାର ପଣ୍ଡା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/42-6.jpg)