ଦୀପାବଳୀ ପୂର୍ବରୁ ହୁଅନ୍ତୁ ଲକ୍ଷପତି ! ଏହି ବିରଳ ୧ ଟଙ୍କିଆ ନୋଟ ଥିଲେ ଆପଣ ହୋଇପାରିବେ ଲକ୍ଷପତି । ଇଣ୍ଡିଆମାର୍ଟ ୱେବସାଇଟରେ ଚାଲିଛି କାରବାର

21,953

କନକ ବ୍ୟୁରୋ : ଦୀପାବଳୀ ପୂର୍ବରୁ ହେବାକୁ ଚାହୁଁଛନ୍ତି କି ଲକ୍ଷପତି । ଘରେ ବସି କରିପାରିବେ ୧ ଲକ୍ଷ ଟଙ୍କା ରୋଜଗାର । ଏହି ଟଙ୍କା ରୋଜଗାର କରିବାକୁ ଆପଣଙ୍କ ପାଖରେ ୧ ଟଙ୍କିଆ ନୋଟ ଥିବା ନିହାତି ଆବଶ୍ୟକ । ଆପଣଙ୍କ ପାଖରେ ଯଦି ଏହି ସ୍ୱତନ୍ତ୍ର ଏକ ଟଙ୍କିଆ ରହିଛି । ତାହଲେ ଏହି ନୋଟର ଫଟୋ ଉଠାଇ ଏହାକୁ ଏକ ସାଇଟ୍ରେ ଅପଲୋଡ କରିଦିଅନ୍ତୁ । ଏହା ପରେ ବିଭିନ୍ନ କମ୍ପାନୀ ପକ୍ଷରୁ ଏହି ନୋଟକୁ ନେଇ ନିଲାମ ଆରମ୍ଭ ହୋଇଯିବ । ଏହା ପରେ ଆପଣ ଯାହାକୁ ଚାହିଁବେ ତାହାକୁ ଏହି ନୋଟ ବିକ୍ରିକରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ ।
ଆପଣଙ୍କ ପାଖରେ ଯଦି ଏଭଳି ସ୍ୱତନ୍ତ୍ର ୧ ଟଙ୍କିଆ ନୋଟ ରହିଛି ତାହାକୁ ଆପଣ ଇଣ୍ଡିଆମାର୍ଟ ୱେବସାଇଟରେ ବିକ୍ରିକରି ପାରିବେ । ଏଠାରେ ଆପଣଙ୍କୁ ଏହି ନୋଟର ସର୍ବାଧିକ ମୂଲ୍ୟ ମିଳିପାରିବ ।
ଏକ ଟଙ୍କିଆ ନୋଟ କେବେ ବି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିନଥାଏ । ଏହାକୁ କେବଳ ଭାରତ ସରକାର ଜାରି କରିଥା’ନ୍ତି । ଏହି କାରଣରୁ ଏହି ନୋଟ ଉପରେ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣରଙ୍କ ହସ୍ତାକ୍ଷର ବଦଳରେ ଅର୍ଥ ସଚିବଙ୍କ ହସ୍ତାକ୍ଷର ରହିଥାଏ । ୧ ଟଙ୍କିଆ ନୋଟ ର ମୁଦ୍ରଣ ପ୍ରଥମଥର ପାଇଁ ୧୯୧୭ ମସିହା ନଭେମ୍ବର ୩୦ ତାରିଖରେ ହୋଇଥିଲା । ଏହି ନୋଟରେ କିଙ୍ଗ ଜର୍ଜ ପଞ୍ଚମଙ୍କର ଫଟୋ ରହିଥିଲା । ରିଜର୍ଭ ବ୍ୟାଙ୍କର ତଥ୍ୟ ମୁତାବକ ୧୯୨୬ ମସିହାରେ ଏହି ୧ ଟଙ୍କିଆ ନୋଟ୍ ଛପାଇବା ବନ୍ଦ୍ କରାଯାଇଥିଲା । ହେଲେ ୧୯୪୦ ମସିହାରେ ପୂୁଣି ଏହି ନୋଟ୍ ଛପା ହୋଇଥିଲା । ଏହାପରେ ପୁଣିଥରେ ୧୯୯୪ ମସିହାରେ ଏହି ନୋଟ ଛପାଇବା ବନ୍ଦ ହୋଇଯାଇଥିଲା । ପୁଣି ଥରେ ୨୦୧୫ ମସିହାରେ ଏହି ନୋଟ ଛପାଇବା ଆରମ୍ଭ ହୋଇଛି ।
ଏକ ଟଙ୍କିଆ ନୋଟ ବିକ୍ରି କରି ଆପଣ ୧ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ହେଲେ ଆପଣଙ୍କ ପାଖରେ ଥିବା ସବୁ ୧ ଟଙ୍କିଆ ନୋଟ ଏହି ବିକ୍ରିରେ ସାମିଲ ହୋଇପାରିବ ନାହିଁ । ଯଦି ଆପଣଙ୍କ ପାଖରେ ମାତା ବୈଷ୍ଣବୀଦେବୀଙ୍କ ଫଟୋ ଥିବା ଏକ ଟଙ୍କିଆ, ୫ ଟଙ୍କିଆ ଓ ୧୦ ଟଙ୍କିଆ ନୋଟ ରହିଛି ତାହେଲେ ତାକୁ ଆପଣ ବହୁ ମୂଲ୍ୟରେ ବିକ୍ରି କରିପାରିବେ । ଏନେଇ ଯଦି ଅଧିକ ତ୍ୟ ଜାଣିବାକୁ ଚାହୁଁଛନ୍ତି ତାହେଲେ ଏହି ୱେବସାଇଟକୁ ଯାଇ ଆପଣ ସମ୍ପୁର୍ଣ୍ଣ ବିବରଣୀ ପାଇପାରିବେ । https://dir.indiamart.com/impcat/antique-note.html