ଦିନେ ମୃତ୍ୟୁକୁ ହରାଇଥିଲେ, ଏଥର କିନ୍ତୁ ଜିତିଗଲା ମୃତ୍ୟୁ । ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାଣବଳି ଦେଇଦେଲେ ପାଇଲଟ୍ ଦୀପକ । ୩୦ ବର୍ଷ ତଳେ ଯମ ଫାଶରୁ ଅଳ୍ପକେ ବର୍ତ୍ତିଥିଲେ, ହେଲେ ଏଥର ଜିତିଗଲା ଯମ...

Advertisment
ଦିନେ ମୃତ୍ୟୁକୁ ହରାଇଥିଲେ, ଏଥର କିନ୍ତୁ ଜିତିଗଲା ମୃତ୍ୟୁ । ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାଣବଳି ଦେଇଦେଲେ ପାଇଲଟ୍ ଦୀପକ । ୩୦ ବର୍ଷ ତଳେ ଯମ ଫାଶରୁ ଅଳ୍ପକେ ବର୍ତ୍ତିଥିଲେ, ହେଲେ ଏଥର ଜିତିଗଲା ଯମ...

କନକ ବ୍ୟୁରୋ: କାଲିର କେରଳ ବିମାନ ଦୁର୍ଘଟଣାକୁ ନେଇ ଦେଶ କାନ୍ଦୁଥିବାବେଳେ ସାମ୍ନାକୁ ଆସିଛି ମୃତ ପାଇଲଟଙ୍କ ପ୍ରେରଣାଦାୟୀ ଜୀବନୀ କଥା । ୧୯୧ ଯାତ୍ରୀଙ୍କ ଜୀବନ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଥିବା ଦୀପକ ବସନ୍ତ ସାଠେଙ୍କ କାହାଣୀ ଜାଣିଲେ ଆପଣଙ୍କ ଛାତି କୁଣ୍ଢେମୋଟ ହୋଇଯିବା ସହ ଆଖି ପଲକରେ ଲୁହ ଧାର ଜକେଇ ଆସିବ ।

ତେବେ, ଏହି ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ପାଇଲଟ କ୍ୟାପଟେନ ଦୀପକ ସାଠେଙ୍କ ସଂପର୍କରେ ଏକ ଅଜ୍ଞାତ ତଥ୍ୟ ଏବେ ସାମନାକୁ ଆସିଛି। କ୍ୟାପଟେନ୍‌ ସାଠେ ବେସାମରିକ ବିମାନର ପାଇଲଟ ହେବା ପୂର୍ବରୁ ୧୯୯୦ ଦଶକ ବେଳକୁ ଭାରତୀୟ ବାୟୁସେନାରେ ପାଇଲଟ ଥିଲେ। ସେହି ସମୟରେ ମଧ୍ୟ ସେ ଏକ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ହେଲେ, ସୌଭାଗ୍ୟବଶତଃ ଗୁରୁତର ଆହତ ଅବସ୍ଥାରେ ବଞ୍ଚି ଯାଇଥିଲେ ଏବଂ ୬ ମାସ କାଳ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ ବୋଲି ତାଙ୍କର ଜଣେ ସମ୍ପର୍କୀୟ ଭାଇ କହିଛନ୍ତି ।

ସେହି ଘଟଣା ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ସେତେବେଳେ ସାଠେଙ୍କ ଖପୁରୀରେ ଏକାଧିକ ଆଘାତ ଲାଗିଥିଲା। କିନ୍ତୁ, ସେତେବେଳେ ସେ ତାଙ୍କର ଦୃଢ଼ ଇଚ୍ଛାଶକ୍ତି ବଳରେ ମୁତ୍ୟୁକୁ ହରାଇ ଦେଇଥିଲେ। ଏବଂ ପୁନର୍ବାର ଉଡ଼ାଣ ଭରିବା ଆରମ୍ଭ କରି ଦେଇଥିଲେ।

publive-imageସେତେବେଳେ କ୍ୟାପ୍‌ଟେନ୍‌ ସାଠେ ଥିଲେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ୱିଙ୍ଗ କମାଣ୍ଡର ଏବଂ ଦୁର୍ଘଟଣାରୁ ଆରୋଗ୍ୟ ଲାଭ କଲା ପରେ ସେ ବାୟୁସେନାର ଫ୍ଲାଇଟ୍‌ ପରୀକ୍ଷଣ ପ୍ରତିଷ୍ଠାନରେ କାର୍ଯ୍ୟ କରିଥିଲେ। ବାୟୁସେନାରୁ ଅବସର ଗ୍ରହଣ କରିବା ପରେ ସେ ବେମାରିକ ବିମାନର ପାଇଲଟ ଭାବେ କାର୍ଯ୍ୟ କରୁଥିଲେ। ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ ଥିଲେ।

ଦୀପକ ସାଠେଙ୍କ ନିକଟରେ ଦୀର୍ଘ ୩୬ ବର୍ଷର ଉଡ଼ାଣ ଅଭିଜ୍ଞତା ରହିବା ସହିତ ସେ ଜଣେ ଅଭିଜ୍ଞ ବିମାନ ଅପରେଟର ଥିଲେ। ସେ ଏନଡିଏ ଶିକ୍ଷାଗ୍ରହଣ କରିବା ସହ ଶୀର୍ଷ ସ୍ଥାନରେ ରହି ଉତ୍ତୀର୍ଣ୍ଣ ହେବାପରେ ଭରେତୀୟ ବାୟୁସେନାରେ ପାଇଲଟ ଭାବେ ଯୋଗ ଦେଇଥିଲେ। ବାୟୁସେନାରେ କାର୍ଯ୍ୟରତ ଥିବାବେଳେ ସେ ନିଜର ସାହସିକତାର ଓ କର୍ମଦକ୍ଷତା ପାଇଁ ଏକାଧିକ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଥିଲେ। ଦୀପକ ସାଠେ ୨୦୦୫ ମସିହାରେ ଏୟାର ଇଣ୍ଡିଆରେ ବାଣିଜ୍ୟିକ ପାଇଲଟ୍‌ ଭାବରେ ଯୋଗଦେବା ପୂର୍ବରୁ ୨୧ ବର୍ଷ ଧରି ଭାରତୀୟ ବାୟୁସେନା ସେବା କରିଥିଲେ । ସଂପ୍ରତି ସେ ‘ବନ୍ଦେ ଭାରତ ମିଶନ’ ଅଧୀନରେ ଉଡ଼ାଣ ଭରି ଆରବ ରାଷ୍ଟ୍ରଗୁଡ଼ିକରୁ ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe