ବ୍ରୋଂଜ ସହ ଭାରତକୁ ଅଷ୍ଟମ ପଦକ ଭେଟି ଦେଲେ ସିଂହରାଜ ଅଧାନା , ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ

67

କନକ ବ୍ୟୁରୋ: ଭାରତ ପାଇଁ ଅଷ୍ଟମ ପଦକ ଆଣିଛନ୍ତି ସିଂହରାଜ ଅଧାନା । ପୁରୁଷ ବର୍ଗ ୧୦ ମିଟର ଏୟାର ସୁଟିଙ୍ଗରେ ସିଂହରାଜ ୨୧୬.୮ ବ୍ରୋଂଜ ପଦକ ଆଣିଛନ୍ତି । ୨୧୬.୮ ସ୍କୋର କରି ସେ ଏହି ପଦକ ହାତେଇଛନ୍ତି । ଏହି ସଫଳତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଏହି ବର୍ଗରେ ଚାଇନାର ୟାଙ୍ଗ୍ ଚାଓ ୨୩୭.୯ ସ୍କୋରରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଚାଇନାର ହୁଆଙ୍ଗ ଝିଙ୍ଗ ୨୩୭.୫ ସ୍କୋରରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହା ସହ ପାରା ଅଲିମ୍ପିକ୍ସରେ ଭାରତକୁ ମୋଟ ୮ଟି ପଦକ ମିଳିଛି । ଭାରତକୁ ଏଯାଏଁ ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ଦୁଇଟି ବ୍ରୋଂଜ ପଦକ ମିଳିଛି । ପାରା ଅଲିମ୍ପିକ୍ସରେ ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ସୂଚନା ମୁତାବକ, ୨୦୧୬ ପାରା ଅଲିମ୍ପିକ୍ସରେ ଭାରତକୁ ୨ଟି ସ୍ୱର୍ଣ୍ଣ ସହ ମୋଟ ୪ଟି ପଦକ ମିଳିଥିଲା ।