କନକ ବ୍ୟୁରୋ : ଆଜି ପୁଣି ଖୋଳାହେବ ପୁରୀ ସ୍ଥିତ ଏମାର ମଠ । ପୂର୍ବରୁ ଚିହ୍ନିତ ହୋଇଥିବା ସ୍ଥାନକୁ ଖୋଳିବ ପ୍ରଶାସନ । ସେହି ସ୍ଥାନକୁ ଖୋଳା ହେବା ପୂର୍ବରୁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୬ ତାରିଖର ତିନିଟି ସ୍ଥାନକୁ ଚିହ୍ନଟ କରାଯାଇଥିଲା । ମେଟାଲ ଡିଟେକ୍ଟର ଦ୍ୱାରା ସ୍ଥାନକୁ ଚିହ୍ନଟ କରିଥିଲେ ବିଶେଷଜ୍ଞ ଦଳ । ଆଜି ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଖୋଳା ହେବ ।
ଆଜି ପୁଣି ଖୋଳା ହେବ ଏମାଠ ମଠ : ପ୍ରଶାସନ ଏବଂ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଖୋଳାଯିବ ଚିହ୍ନଟ ସ୍ଥାନ
/kanak/media/post_attachments/wp-content/uploads/2022/02/vlcsnap-2022-02-04-11h09m59s632.png)