କନକ ବ୍ୟୁରୋ: ଦିଲ୍ଲୀପଙ୍କ ମୁହଁରେ ନବୀନଙ୍କ ପ୍ରଶଂସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ । ସେ କହିଛନ୍ତି, ରାଜ୍ୟ ସରକାର ଓ ନବୀନ ପଟ୍ଟନାୟକଙ୍କ ଯୋଗୁଁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ଆଗକୁ ବଢିଛି । କେବଳ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ବିଶ୍ୱକପ ହକି ଓଡିଶାରେ ସଫଳତା ସହ ହୋଇପାରିଲା । ଏବଂ ଆଗକୁ ମଧ୍ୟ ୨୦୨୩ରେ ଅନ୍ୟ ଏକ ହକି ବିଶ୍ୱକପର ସଂସ୍କରଣ ହେବାକୁ ଯାଉଛି ବୋଲି ଗୋପାଳପୁର ବେଳାଭୁମି ମହୋତ୍ସବରେ କହିଛନ୍ତି ଦିଲ୍ଲୀପ ।

Advertisment

କେବଳ ଏତିକି ନୁହେଁ ବିଶ୍ୱ ଦରବାରରେ ଓଡ଼ିଶାର ଐତିହ୍ୟ କଳାକୁ ପ୍ରତିଷ୍ଠିତ କରାଇବା ସହ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ଓ କୋଣାର୍କ ପାଇଁ ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ତାକୁ ରାଜ୍ୟବାସୀ ଓ ଜଗନ୍ନାଥପ୍ରେମୀ ଭୁଲିପାରିବେ ନାହିଁ ବୋଲି ଗୋକହିଛନ୍ତି ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କ ଏହି ବୟାନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସେପଟେ ଏନେଇ ବିଜେଡି ଉପସଭାପତି ପ୍ରଫୁଲ୍ଲ ଘଡ଼ାଇ କହିଛନ୍ତି କି, ଦିଲ୍ଲୀପ ରାୟ ଜଣେ ବିଚକ୍ଷଣ ଶିଳ୍ପପତି ହେବା ସହ ରାଜନୀତି ଗୋଟିଚାଳନା କରିବାରେ ବେଶ୍ ପାରଙ୍ଗମ । ଆଗକୁ ତାଙ୍କ ରାଜନୈତିକ ଭବିଷ୍ୟତ କ'ଣ ହେବ, ତାହା ସମୟ କହିବ । କିନ୍ତୁ ଦିଲ୍ଲୀପ ବିଜୁ ବାବୁଙ୍କର ସବୁଠାରୁ ଅନ୍ତରଙ୍ଗ ଥିଲେ । ବିଜୁ ଜନତା ଦଳର ପରିକଳ୍ପନା ଓ ନାମକରଣ ନେଇ ନିଷ୍ପତ୍ତି ଦିଲ୍ଲୀରେ ହୋଇଥିଲା । କିନ୍ତୁ ନବୀନ ଆସିକାରେ ନିର୍ବାଚନ ଲଢିବା ବେଳେ ବହୁ ତୁଙ୍ଗ ନେତା ଗୋପାଳପୁର ବିଚ୍ ହୋଟେଲରେ ରହୁଥିଲୁ । ସେଠାରେ ଦଳକୁ ନେଇ ବିଭିନ୍ନ ନୀତି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ତେବେ ଦିଲ୍ଲୀପଙ୍କ ଏଭଳି ପ୍ରଶଂସା ପଛରେ ରହିଛି କି ରାଜନୈତିକ ଉଦ୍ଦେଶ୍ୟ ନା ଅନ୍ୟ କିଛି? ତାହା ଆଗାମୀ ଦିନରେ ଜଣାପଡ଼ିବ ।