ବନ୍ଧୁକ ବଦଳରେ ହାତରେ ଝାଡୁପୋଛା । ମାଓନେତ୍ରୀରୁ ବନିଲେ ମେଡିକାଲର ସଫେଇ କର୍ମଚାରୀ । ଲାଲଗଡ଼ରୁ ଦେଲେ ବଡ଼ ବାର୍ତ୍ତା ।

389

କନକ ବ୍ୟୁରୋ: ମାଓନେତ୍ରୀରୁ ସଫେଇ କର୍ମଚାରୀ । ବନ୍ଧୁକ ବଦଳରେ ହାତରେ ଝାଡୁପୋଛା । ଲାଲଗଡରେ ମହିଳା ମାଓବାଦୀଙ୍କ ଦବଦବା କିଛି କମ୍ ନୁହେଁ । ହାତରେ ବନ୍ଧକୁ ଧରି ଜଙ୍ଗଲ ଭିତରେ ଏବେବି ରାଜ କରୁଛନ୍ତି ଅନେକ ମାଓନେତ୍ରୀ । ଯାହାଙ୍କ ଇଶାରାରେ ଚାଲେ ଲାଲ ସାମ୍ରାଜ୍ୟ । ଆଜି ଆମେ ଆପଣଙ୍କୁ ଏମିତି ଦୁଇ ମାଓ ନେତ୍ରୀଙ୍କ କାହାଣୀ କହିବୁ ଯାହାଙ୍କ ହାତରେ ବନ୍ଧୁକ ବଦଳରେ ରହିଛି ଝାଡୁପୋଛା । ହାତରେ ଝାଡୁପୋଛା ଧରି ଡାକ୍ତରଖାନା ସଫେଇ କାମରେ ଲାଗିଛନ୍ତି ଦୁଇ ମାଓନେତ୍ରୀ ।

ମାଓନେତ୍ରୀ ମାଳତୀ କାୱାସୀ ଓ ଶାନ୍ତି ଓରଫ ଦେବୀ ମାଢି । ମାଳତୀ କୱାସୀ ଦୀର୍ଘ ୮ବର୍ଷ ଧରି ବୈପାରୀଗୁଡା ଦଳମରେ ଏସିଏମ କ୍ୟାଡର ଭାବେ ରହି କାର୍ଯ୍ୟକରୁଥିଲେ । ଆଲପପାକା ଆନ୍ଧ୍ର ଗ୍ରେହାଉଣ୍ଡ ଆକ୍ରମଣ,ବୈପାରିଗୁଡା ଥାନା ଓ ରାମଗିରି ଥାନା ଆକ୍ରମଣ ପରି ବହୁ ବଡ ବଡ ଘଟଣାରେ ସାମିଲ ଥିଲେ ମାଳତୀ । ସେହିପରି ଦେବୀ ମାଢି ଗତ ୧୦ ବର୍ଷ ଧରି କାଲିମେଳା ଓ ବିଚ୍ଛିନ୍ନାଂଚଳ ଦଳମରେ ଏସଏମ କ୍ୟାଡର ଭାବେ କାମ କରୁଥିଲେ ।ତାଂକ ସ୍ୱାମୀ କମରେଡ ଗୌିତମ ଏକ ଏନକାଉଁଟରରେ ପ୍ରାଣ ହରାଇଥଇଲେ । ଦେବୀ ରାମାଗୁଡା ଏନକାଉଁଟର, ଦାମନଯୋଡି ଫଂଚାପଟମାଳି ଖଣି ଆକ୍ରମଣ ଘଟଣାରେ ସଂପୃକ୍ତ ଥିଲେ ।

ତେବେ ଏମାନେ ଗତ ୨୦୧୨ ମସିହାରେ ମାଲକାନିଗରି ପୁଲିସ ନିକଟରେ ଆତ୍ମସମପଣ କରିଥଇଲେ । ଏମାନଙ୍କୁ ଥଇଥାନ କରିବାପାଇଁ ପରିମଳ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ମାଲକାନିଗରି ଡାକ୍ତରଖାନାରେ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଛି । ଆଉ ଏହାରି ଭିତରେ ଏହି ଦୁଇ ମାଓନେତ୍ରୀମାନେ ଏମିତି ଢ଼ଙ୍ଗରେ ସାମ୍ନାକୁ ଆସିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।