'ISI' ଏଜେଣ୍ଟର ହନିଟ୍ରାପରେ ଫଶିଲେ ପୂର୍ବତନ ସରପଞ୍ଚ । ସେନାର ଗୁପ୍ତ ସୂଚନା ଦେଉଥିବା ଅଭିଯୋଗରେ ଗିରଫ କଲା ସୁରକ୍ଷା ଏଜେନ୍ସି ।

Advertisment
'ISI' ଏଜେଣ୍ଟର ହନିଟ୍ରାପରେ ଫଶିଲେ ପୂର୍ବତନ ସରପଞ୍ଚ । ସେନାର ଗୁପ୍ତ ସୂଚନା ଦେଉଥିବା ଅଭିଯୋଗରେ ଗିରଫ କଲା ସୁରକ୍ଷା ଏଜେନ୍ସି ।

କନକ ବ୍ୟୁରୋ : ରାଜସ୍ଥାନରୁ ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଜଣେ ମହିଳା ଏଜେଣ୍ଟଙ୍କ ହନି ଟ୍ରାପରେ ଜୈସଲମେର ଜିଲ୍ଲାର ଜଣେ ପୂର୍ବତନ ସରପଞ୍ଚ ଫସି ଯାଇଥିଲେ। ଭାରତୀୟ ସେନାର ଗୋପନ ସୂଚନା ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ପୂର୍ବତନ ସରପଞ୍ଚଙ୍କୁ ସୁରକ୍ଷା ଏଜେନ୍ସି ଗିରଫ କରିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଅଭିଯୁକ୍ତ ପୂର୍ବତନ ସରପଞ୍ଚଙ୍କ ନାମ ସତ୍ୟନାରାୟଣ ପାଲିୱାଲ ବୋଲି ଜଣାପଡ଼ିଛି। ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ‌ଜୈସଲମେର ଜିଲ୍ଲାର ପୋଖରାନ ଅଞ୍ଚଳରୁ ସତ୍ୟନାରାୟଣ ପାଲିୱାଲଙ୍କୁ ଗିରଫ କରାଯାଇଛି। ଗିରଫ ପରେ ସୁରକ୍ଷା ଏଜେନ୍ସି ଅଭିଯୁକ୍ତଙ୍କୁ ଜୟପୁରକୁ ନେଇଯାଇଛନ୍ତି। ଜୟପୁରରେ ରାଜସ୍ଥାନର ଗୁଇନ୍ଦା ଏଜେନ୍ସି ବ୍ୟତୀତ ସେନାର ଗୁଇନ୍ଦା ଏଜେନ୍ସି ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛନ୍ତି।

ଏହି ଘଟଣାର ସମ୍ପୂର୍ଣ୍ଣ ଅନୁସନ୍ଧାନରୁ ଜଣାପଡିଛି ଯେ ଆଇଏସଆଇର ଜଣେ ମହିଳା ଏଜେଣ୍ଟ ଅଭିଯୁକ୍ତ ପୂର୍ବତନ ସରପଞ୍ଚଙ୍କୁ ନଗ୍ନ ଚେହେରା ନେଇ ଯୌନୋଦ୍ଦୀପକ ଢ଼ଙ୍ଗରେ କଲ କରୁଥିଲେ। ମହିଳାଙ୍କୁ ଏଭଳି ନଗ୍ନ ଭାବେ ଦେଖିବା ସହିତ ତାଙ୍କ ସହିତ ଅଶ୍ଳୀଳ କଥା ହେବା ଲାଲସାରେ ପୂର୍ବତନ ସରପଞ୍ଚ ହନି ଟ୍ରାପରେ ଫସି ଯାଇ ସେନାର ଗୁପ୍ତ ସୂଚନା ସବୁ ମହିଳାଙ୍କୁ ଦେବାରେ ଲାଗିଥିଲେ।

କେବଳ ଏତିକି ନୁହେଁ, ସେ ଆଇଏସଆଇ ମହିଳାଙ୍କ ସହିତ କଥାହେବା ପାଇଁ ସୋସିଆଲ ମିଡିଆରେ ଏକ ନକଲି ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟରୁ ଅଭିଯୁକ୍ତ ଭାରତୀୟ ସେନାର କାର୍ୟ୍ୟକଳାପ ସମେତ ଆଇଏସଆଇକୁ ଅନେକ ରଣନୀତିର ସୂଚନା ଦେଉଥିଲେ। ଅଭିଯୁକ୍ତ ସତ୍ୟନାରାୟଣ ପାଲିୱାଲଙ୍କ ପତ୍ନୀ ଏହି ଅଞ୍ଚଳର ସରପଞ୍ଚ ଥିବା ବି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe