ନୱାଜ୍ ସରିଫଙ୍କୁ ବଡ଼ ଆଶ୍ୱସ୍ଥି ! ଝିଅ ମରିୟମ୍ ଓ ଜ୍ୱାଇଁଙ୍କ ସମେତ ନୱାଜଙ୍କ ସଜାକୁ ରଦ୍ଦ କଲେ ଇସଲାମାବାଦ ହାଇକୋର୍ଟ ।

29

କନକ ବ୍ୟୁରୋ : ନୱାଜ୍ ସରିଫଙ୍କୁ ବଡ଼ ଆଶ୍ୱସ୍ଥି । ଝିଅ ମରିୟମ୍ ଓ ଜ୍ୱାଇଁଙ୍କ ସମେତ ନୱାଜ୍ ସରିଫଙ୍କ ସଜାକୁ ରଦ୍ଦ କଲେ ଇସଲାମାବାଦ ହାଇକୋର୍ଟ । ଏଭେନଫିଲ୍ଡ ପ୍ରପର୍ଟି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନ ସାଧାରଣ ନିର୍ବାଚନ ପୂର୍ବରୁ ସରିଫ୍ ପରିବାରର ୩ ସଦସ୍ୟଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା । ଆଜି ଜଷ୍ଟିସ୍ ଅତହର୍ ମିନାଲ୍ଲାହ ଓ ଜଷ୍ଟିସ୍ ହସନ୍ ଔରଙ୍ଗଜେବଙ୍କୁ ନେଇ ଇସଲାମାବାଦ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ସରିଫଙ୍କ ଜେଲଦଣ୍ଡ ବାତିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଜୁଲାଇ ୬ ତାରିଖରେ ନୱାଜ୍ ସରିଫ୍, ଝିଅ ମରିୟମ୍ ଓ ଜ୍ୱାଇଁ କ୍ୟାପଟେନ୍ ସଫଦରଙ୍କୁ ସଜା ଶୁଣାଣି ହୋଇଥିଲା । ଏହାପରେ ନିର୍ବାଚନର ଠିକ ପୂର୍ବରୁ ସରିଫ୍ ପାକିସ୍ତାନ ଯାଇ ଆତ୍ମ ସମର୍ପଣ କରିଥିଲେ ଓ ତାଙ୍କୁ ରାୱଲପିଣ୍ଡି ଆଦିୟାଲା ଜେଲକୁ ପଠାଇ ଦିଆଯାଇଥିଲା । ଏବେ ଏହି ମାମଲାରେ ତିନି ଜଣଙ୍କ ସଜାକୁ ରଦ୍ଦ କରାଯାଇଛି ଓ ନୱାଜଙ୍କ ପାଇଁ ମୁକ୍ତିର ବାଟ ପରିଷ୍କାର ହୋଇଛି ।