ଦୁଇ ପୂର୍ବତନ ପିସିସି ସଭାପତି ନିର୍ବାଚନ ମୈଦାନରେ । ଆନନ୍ଦପୁରରୁ ଲଢିବେ ଜୟଦେବା ଜେନା, ସତ୍ୟବାଦୀରୁ ଲଢିବେ ପ୍ରସାଦ ହରିଚନ୍ଦନ 

ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଦୁଇ ପୂର୍ବତନ ପିସିସି ସଭାପତି

949
କନକ ବ୍ୟୁରୋ : ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଦୁଇ ପୂର୍ବତନ ପିସିସି ସଭାପତି । ଆନନ୍ଦପୁରରୁ ନିର୍ବାଚନ ଲଢ଼ିବା ସହ ସତ୍ୟବାଦୀରୁ ନିର୍ବାଚନ ଲଢ଼ିବେ ଜୟଦେବ ଜେନା । ଚଳିତ ନିର୍ବାଚନରେ ଓଡିଶାରେ କଂଗ୍ରେସ ପୂର୍ବତନ ଦୁଇ ପିସିସି ସଭାପତିଙ୍କୁ ଟିକେଟ ଦେଇଛି ଦଳ । ଗତ ନିର୍ବାଚନରେ ଉଭୟ ନେତା ପରାଜୟ ବରଣ କରିଥିଲେ ହେଁ ଦଳ ପୁଣି ଥରେ ଉଭୟଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହ ଉଭୟଙ୍କୁ ଲଢିବା ପାଇଁ ପୁଣି ଥରେ ସୁଯୋଗ ଦେଇଛି ।  ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଆନନ୍ଦପୁରରୁ ନିର୍ବାଚନ ଲଢିବା ସହ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବା ଲାଗି ଦଳ ଟିକେଟ ଦେଇଛି ।
ତେବେ କଂଗ୍ରେସ ପକ୍ଷରୁ ଚଳିତ ନିର୍ବାଚନରେ ଦିଆଯାଇଥିବା ପ୍ରାର୍ଥୀ ଉତ୍ତମ ପ୍ରଦର୍ଶନ କରିବେ ବୋଲି ଦଳ ପକ୍ଷରୁ ବହୁବାର କୁହାଯାଇଛି । କେବଳ ଏତିତକି ନୁହେଁ ରାଜ୍ୟରେ ଦଳକୁ ପୁଣି ଥରେ ଶାସନ ଗାଦିକୁ ଫେରାଇ ଆଣିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ତୁଙ୍ଗ ନେତା ରାଜ୍ୟରେ ସଭା ମଧ୍ୟ କରିଛନ୍ତି । କଂଗ୍ରେସ ପୁଣି ଥରେ ୨ ପୂର୍ବତନ ପିସିସି ସଭାପତିଙ୍କୁ ଟିକେଟ ଦେଇଛି । ତେବେ ଆଗାମୀ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରକୃତରେ ୨ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ ୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ତେବେ ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ନିଜର ୩୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ପୁଣି ଥରେ ଗତକାଲି ୫୪ଟି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି ।