ପଲଟିଲେ ଜୟରାମ : ବିଜେପି ଛାଡ଼ିବା ନିଷ୍ପତ୍ତିରୁ ମାରିଲେ ୟୁ-ଟର୍ଣ୍ଣ; କହିଲେ, ଛାଡ଼ିବିନି ଦଳ

ଦଣ୍ଡକାରଣ୍ୟ ପାଇଁ ଜାରି ରହିବ ଲଢ଼େଇ; କୌଣସି ପଦ ପଦବି ନୁହେଁ ଦଳୀୟ କର୍ମୀ ଭାବେ କରିବି କାମ

156

କନକ ବ୍ୟୁରୋ : ନିଷ୍ପତ୍ତି ବଦଳାଇଲେ ଜୟରାମ ପାଙ୍ଗୀ । କିଛିଦିନ ତଳେ ବିଜେପି ଛାଡିବେ ବୋଲି ଘୋଷଣା କରି ୟୁ-ଟର୍ଣ୍ଣ ମାରିଛନ୍ତି କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି । ସେ କହିଛନ୍ତି, ଦଳକୁ ଅଧିକ ସଙ୍ଗଠିତ କରିବା ସହ ସମାନ୍ତରାଳ ଭାବେ ଦଣ୍ଡକାରଣ୍ୟ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଂଚଳ ପ୍ରତିଷ୍ଠା ପାଇଁ କାମ କରିବେ । ଚଳିତମାସ ୫ ତାରିଖରେ ସେ ଏକ ସଭାର ଆୟୋଜନ କରି ଥିଲେ ଓ ବିଜେପି ଛାଡିବେ ବୋଲି କହିଥିଲ ।

ଏହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ଦଳୀୟ ନେତାଙ୍କ ପରାମର୍ଶ ପରେ ସେ ବିଜେପି ଛାଡିବେ ନାହିଁ ବୋଲି କହିଛନ୍ତି ଜୟରାମ । ୪୦ ବର୍ଷର ରାଜନୈତିକ କ୍ୟାାରିୟରରେ ଜୟରାମ ପାଙ୍ଗୀ ସବୁବେଳେ ଅଣକଂଗ୍ରେସ ରାଜନୀତି କରିଆସିଛନ୍ତି । ବିଜେପି ଛାଡିବାକୁ ଘୋଷଣା କରିବା ପରେ ଏହା ଅନେକ ଆଲୋଚନା ପାଇଁ ଖୋରାକ ଯୋଗାଇଥିଲା । କିନ୍ତୁ ନିଷ୍ପତ୍ତିରୁ ଓହରିଯାଇଛନ୍ତି ଜୟରାମ ।