କନକ ବ୍ୟୁରୋ : ନିଷ୍ପତ୍ତି ବଦଳାଇଲେ ଜୟରାମ ପାଙ୍ଗୀ । କିଛିଦିନ ତଳେ ବିଜେପି ଛାଡିବେ ବୋଲି ଘୋଷଣା କରି ୟୁ-ଟର୍ଣ୍ଣ ମାରିଛନ୍ତି କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି । ସେ କହିଛନ୍ତି, ଦଳକୁ ଅଧିକ ସଙ୍ଗଠିତ କରିବା ସହ ସମାନ୍ତରାଳ ଭାବେ ଦଣ୍ଡକାରଣ୍ୟ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଂଚଳ ପ୍ରତିଷ୍ଠା ପାଇଁ କାମ କରିବେ । ଚଳିତମାସ ୫ ତାରିଖରେ ସେ ଏକ ସଭାର ଆୟୋଜନ କରି ଥିଲେ ଓ ବିଜେପି ଛାଡିବେ ବୋଲି କହିଥିଲ ।
ଏହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ଦଳୀୟ ନେତାଙ୍କ ପରାମର୍ଶ ପରେ ସେ ବିଜେପି ଛାଡିବେ ନାହିଁ ବୋଲି କହିଛନ୍ତି ଜୟରାମ । ୪୦ ବର୍ଷର ରାଜନୈତିକ କ୍ୟାାରିୟରରେ ଜୟରାମ ପାଙ୍ଗୀ ସବୁବେଳେ ଅଣକଂଗ୍ରେସ ରାଜନୀତି କରିଆସିଛନ୍ତି । ବିଜେପି ଛାଡିବାକୁ ଘୋଷଣା କରିବା ପରେ ଏହା ଅନେକ ଆଲୋଚନା ପାଇଁ ଖୋରାକ ଯୋଗାଇଥିଲା । କିନ୍ତୁ ନିଷ୍ପତ୍ତିରୁ ଓହରିଯାଇଛନ୍ତି ଜୟରାମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/16-10.jpg)