କତରରେ ଭାରତୀୟ ନୌସେନାର ୮ଜଣ ପୂର୍ବ ଯବାନଙ୍କୁ କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡ । ବିଦେଶ ମନ୍ତ୍ରଣାଳୟ କହିଲା ଚକିତ କରିଦେବା ଭଳି ନିଷ୍ପତ୍ତି

1,096

କନକ ବ୍ୟୁରୋ : କତର ତରଫରୁ ଭାରତୀୟ ନୌସେନାର ୮ ଜଣ ପୂର୍ବ ଯବାନଙ୍କୁ କୋର୍ଟ ତରଫରୁ ଗୁରୁବାର ଦିନ ଗୁପ୍ତଚର ମାମଲାରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହାକୁ ନେଇ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି କି, ମୃତ୍ୟୁଦଣ୍ଡ ନିଷ୍ପତ୍ତି ଆମ ସମସ୍ତଙ୍କୁ ଚକିତ କରିଛି । ଏହାସହ ରାୟର ବିସ୍ତୃତ କପିକୁ ଆମେ ଅପେକ୍ଷା କରିଛୁ ।

ବିଦେଶ ମନ୍ତ୍ରଣାଳୟ କହିଛି କି, ରାୟ ଆସିବା ପରେ ଆମେ ସଂପୃକ୍ତ ପୂର୍ବ ଯବାନଙ୍କ ପରିବାର ଲୋକ ଓ ଆଇନ ଟିିମ୍ ସହ ସଂପର୍କରେ ରହିଛୁ । ଏହାସହ ସମସ୍ତ ଆଇନଗତ ବିକଳ୍ପ ବାବଦରେ ଆଲୋଚନା କରୁଛୁ । ଏହି ନିଷ୍ପତ୍ତି ବିରୋଧରେ କତର ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ବିଦେଶ ମନ୍ତ୍ରଣାଳୟ କହିଛି ।

ନ୍ୟୁଜ ଏଜେନ୍ସି ଏଏନଆଇ ମୁତାବକ କତରରେ ଭାରତୀୟ ନୌସେନାର ଏହି ୮ ଜଣ ପୂର୍ବତନ ଯବାନଙ୍କ ଉପରେ ଅଭିଯୋଗ ରହିଛି କି, ସେମାନେ ସବମରୀନ ପ୍ରୋଗ୍ରାମକୁ ନେଇ ଗୁପ୍ତଚର କାମ କରୁଥିଲେ । ସେମାନେ ଧରାପଡିବା ପରେ କତର ସରକାର ସେମାନଙ୍କୁ ଜେଲରେ ବନ୍ଦୀ କରି ରଖିଥିଲେ । ଏହି ନିଷ୍ପତ୍ତି ଆସିବା ପରେ ଭାରତ ତରଫରୁ କାଉଁସେଲର ଏକସେସ୍ ମଧ୍ୟମରେ ସେମାନଙ୍କୁ ଜେଲରୁ ମୁକ୍ତ କରିବାକୁ ଚେଷ୍ଟା ଚଳାଇଥିଲେ ।