ପଦ୍ମ ଧରିଲେ ବରଗଡ଼ର ପୂର୍ବତନ ସାଂସଦ: ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ସାମିଲ ହେଲେ ପ୍ରଭାସ ସିଂ

324

କନକ ବ୍ୟୁରୋ: ବିଜେପିରେ ମିଶିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ପ୍ରଭାସ ସିଂ । ବିଜେପିରେ ଯୋଗଦେବା ପରେ କହିଛନ୍ତି, ଓଡ଼ିଶାରେ ଡବଲ୍ ସରକାର ଆବଶ୍ୟକ । ବିଜେଡିରେ ପୂର୍ବଭଳି ଆଉ ଆତ୍ମସମ୍ମାନ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ସେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ।