କନକ ବ୍ୟୁରୋ : ଭୋଟଗ୍ରହଣ ପୂର୍ବରୁ ପଦ୍ମପୁରରେ ଚାଲିଛି ଶକ୍ତି ପ୍ରଦର୍ଶନ । ମିଶ୍ରଣ ପର୍ବ ଜରିଆରେ ଉଭୟ ବିଜେପି ଓ ବିଜେଡି କ୍ୟାମ୍ପ ନିଜର ଶକ୍ତି ବଢାଉଛନ୍ତି । ଆଉ ଏହି କ୍ରମରେ ଏବେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ସଞ୍ଜୟ ଭୋଇ । ବରଗଡର କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ସଞ୍ଜୟ ଭୋଇ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ସଞ୍ଜୟ । ସଞ୍ଜୟଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳରେ ସାମିଲ କରିଛନ୍ତି ବିଜେପିର ବରିଷ୍ଠ ନେତା ।
ସଞ୍ଜୟ ଭୋଇ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବରଗଡ ସାଂସଦ ଥିଲେ । କଂଗ୍ରେସ ଟିକେଟରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସଞ୍ଜୟ । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ପରାଜିତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସଞ୍ଜୟ । ତେବେ ୨୦୧୪ ସାଧାରଣ ନିର୍ବାଚନରେ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ ସଞ୍ଜୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/32.jpg)