କନକ ବ୍ୟୁରୋ: ପରଲୋକରେ ପୂର୍ବତନ ସାଂସଦ ତଥା ପୂର୍ବତନ ପୋଲିିସ ଅଧିକାରୀ ଅନାଦି ସାହୁ । କଟକ ସଡିଏ ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି । ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବ୍ରହ୍ମପୁରରୁ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପୋଲିସ ଚାକିରି ବେଳେ ସେ ଅନେକ ମେଡାଲ ମଧ୍ୟ ପାଇଥିଲେ । ଅନାଦି ଚରଣ ସାହୁଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।