ବିଜେପିରୁ ଇସ୍ତଫା ଦେଲେ ମୋହନାର ପୂର୍ବତନ ବିଧାୟକ ଭରତ ପାଇକ : ଟିକେଟରୁ ବଂଚିତ ହେବା ପରେ ଆଣିଲେ ଦଳ ଅଣଦେଖା କରିଥିବା ଅଭିଯୋଗ

240

ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମୋହନାର ପୂର୍ବତନ ବିଧାୟକ ଭରତ ପାଇକ । ଟିକେଟ୍ ନମିଳିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦଳ ତାଙ୍କୁ ଏବଂ ତାଙ୍କର ଦଳୀୟ କାର୍ଯ୍ୟକର୍ତ୍ତାକୁ ଠକିଥିବା ଓ ଅଣଦେଖା କରିଥିବା ସେ ଇସ୍ତଫା ପତ୍ରରେ ଲେଖିଛନ୍ତି । ସେ କହିଛନ୍ତି କି, ସେ ବିଜେପିର ଜଣେ ଶୃଙ୍ଖଳିତ କର୍ମୀ । ଦଳ ନ ବଦଳାଇ ଗୋଟିଏ ଦଳରେ ବଜାୟ ରହିଥିଲେ । ସେ ବିଜେପିରେ ରହି ପଂଚାୟତ ସମିତି ସଭ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଦସ୍ୟ, ବିଧାୟକ ପ୍ରାର୍ଥୀ, ୨୦୦୯ରେ ବ୍ରହ୍ମପୁରରୁ ବିଜେପି ଲୋକସଭା ପ୍ରାର୍ଥୀ ଏବଂ ବର୍ଷ ୨୦୧୪ରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଛନ୍ତି । ୨୦୧୪ରେ କମ୍ ଭୋଟ୍ ବ୍ୟବଧାନରେ ସେ ମୋହନାରୁ ହାରିଥିଲେ ।

ସେ ଆହୁରି ମଧ୍ୟ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି କି, ଦଳର ବରିଷ୍ଠ ଓ ବିଶ୍ୱସ୍ତ ନେତାଙ୍କୁ ଟିକେଟ୍ ଦିଆନଯାଇ ଦଳରେ ନୂତନ ଭାବେ ଯୋଗ ଦେଇଥିବା କର୍ମୀଙ୍କୁ ଭରସା କରାଯାଇଛି । ଏହା ତାଙ୍କୁ ଅତି ବ୍ୟଥିତ କରିଛି । ସେ କହିଛନ୍ତି, “ମୁଁ ଲୋକଙ୍କ ପାଇଁ କାମ କରିବାକୁ ଏବଂ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ରାଜନୀତିରେ ପାଦ ଦେଇଥିଲି । ଟଙ୍କା ଲୋଭରେ ରାଜନୀତିକୁ ଆସିନି ।” ଭରତ ପାଇକ ଗଜପତି ଜିଲ୍ଲାର ବିଜେପି ସଭାପତି ଏବଂ ରାଜ୍ୟ ବିଜେପି ଉପସଭାପତି ଥିଲେ ।