କନକ ବ୍ୟୁରୋ: କଂଗ୍ରେସର ହାତ ଛାଡ଼ିଲେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ କେ. ସୂର୍ଯ୍ୟା ରାଓ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି କେ. ସୂର୍ଯ୍ୟା ରାଓ । ଏନେଇ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ଦେଇଛନ୍ତି ସୂର୍ଯ୍ୟା ରାଓ । ଇସ୍ତଫା ପତ୍ରରେ ନିଜର କ୍ଷୋଭ ପ୍ରକାଶ କରି କେ. ସୂର୍ଯ୍ୟା ରାଓ ଉଲ୍ଲେଖ କରିଛନ୍ତି କି, ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ହାୱା ଚାଲୁଥିଲେ ମଧ୍ୟ ସେ ପାରଳାଖେମୁଣ୍ଡିରେ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ସୁଦ୍ଧା ଦଳ ତାଙ୍କୁ ଅଣଦେଖା କରି ଆସୁଛି ।
ଏପରିକି ୨୦୧୯ ନିର୍ବାଚନରେ ଦଳୀୟ ଟିକେଟ୍ ଘୋଷଣା କରିବାରେ ବିଳମ୍ବ କରିଥିଲା । ଯାହା ତାଙ୍କୁ ଏବଂ କର୍ମୀଙ୍କୁ ଦ୍ୱନ୍ଦରେ ପକାଇଲା ଏବଂ ଅଧିକ ସମୟ ନ ମିଳିବାରୁ ଦଳ ଏଠାରୁ ପରାଜୟର ଦ୍ୱାର ଦେଖିଛି ବୋଲି ଅଭିଯୋଗ ଆଣିଛନ୍ତି ସୂର୍ଯ୍ୟା । ସେହିଭଳି ବିଜେପି-ବିଜେଡି ତରଫରୁ ଶୀର୍ଷ ନେତା ତଥା ଷ୍ଟାର ପ୍ରଚାରରକମାନେ ପ୍ରଚାର କରିଥିଲେ ମଧ୍ୟ କଂଗ୍ରେସ ତରଫରୁ କୌଣସି ଷ୍ଟାର ପ୍ରଚାରକ ପ୍ରଚାର ମୈଦାନକୁ ଓହ୍ଲାଇନଥିଲେ । ଯାହା ତାଙ୍କୁ ମର୍ମାହତ କରିଛି ତେଣୁ ସେ ଦଳରୁ ଇସ୍ତଫା ଦେଇଛନ୍ତି । ଏହାସହ ଏହି ଇସ୍ତଫା ପତ୍ରକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି କେ. ସୂର୍ଯ୍ୟା ରାଓ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/SURYA-1.jpg)