ପଲିଥିନ୍ ତଳେ ବିତୁଛି ପୂର୍ବତନ ବିଧାୟକ ତଥା ସାଂସଦଙ୍କ ପରିବାର...ବୋହୂର ବିଧବା ଭତ୍ତା ଆଉ ୫ କେଜି ଚାଉଳରେ ଚଳୁଛି ଘର...ଅର୍ଥାଭାବରୁ ହୋଇ ପାରୁନି ବଢିଲା ଝିଅର ବାହାଘର

Advertisment
ପଲିଥିନ୍ ତଳେ ବିତୁଛି ପୂର୍ବତନ ବିଧାୟକ ତଥା ସାଂସଦଙ୍କ ପରିବାର...ବୋହୂର ବିଧବା ଭତ୍ତା ଆଉ ୫ କେଜି ଚାଉଳରେ ଚଳୁଛି ଘର...ଅର୍ଥାଭାବରୁ ହୋଇ ପାରୁନି ବଢିଲା ଝିଅର ବାହାଘର

କନକ ବ୍ୟୁରୋ: ଆଜିର ବିଧାୟକ ତଥା ସାଂସଦମାନଙ୍କ ପାଇଁ ସରକାର ହଜାର ହଜାର ଟଙ୍କା ପେନସନ ସମେତ ଗାଡି ବଙ୍ଗଳା  ଭଳି  ସବୁ କିଛି ଆନୁସାଙ୍ଗିକ ବ୍ୟବସ୍ଥା କରିଛନ୍ତି ହେଲେ ପୂର୍ବତନ ଲୋକ ପ୍ରତିନିଧିଙ୍କୁ ସତେ ଯେମିତି ଭୁଲିଯାଇଛନ୍ତି ସରକାର । ଜନସେବାଠାରୁ ଆରମ୍ଭ କରି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ଉତ୍ସର୍ଗୀକୃତ କରିଦେଇ ସର୍ବହରା ହୋଇପଡିଥିବା ପୂର୍ବତନ ଜନପ୍ରତିନିଧିମାନଙ୍କୁ ସରକାର ଅଣଦେଖା କରିଥିବାଭଳି ଏକ ସମ୍ବେଦନଶୀଳ ଚିତ୍ର ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜବଲପୁର ଗାଁରେ ବାସ କରୁଥିବା ପୂର୍ବତନ ବିଧାୟକ ତଥା ସାଂସଦ ସ୍ୱର୍ଗତ ଅନିରୁଦ୍ଧ ଦୀପଙ୍କ ଅସହାୟ ପରିବାରରୁ ।

publive-image

ଏ ହେଉଛି ପୂର୍ବତନ ବିଧାୟକ ତଥା ସାଂସଦ ସ୍ୱର୍ଗତ ଅନିରୁଦ୍ଧ ଦୀପଙ୍କ ଘର । ଏକ ଭଙ୍ଗା ଦଦରା ଚାଳଛପର ପଲିଥିନ ତଳେ ବିତୁଛି ପୂର୍ବତନ ବିଧାୟକ ତଥା ସାଂସଦ ପରିବାରଙ୍କ ଜୀବନ । ଗତ ୧୯୬୧ ମସିହାରୁ ୧୯୬୭ ମସିହା ପର୍ଯ୍ୟନ୍ତ ଗଣତନ୍ତ୍ର ପରିଷଦ ପାର୍ଟରୁ ଅଭିବକ୍ତ  ବୌଦ୍ଧ କନ୍ଧମାଳ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅନିରୁଦ୍ଧ  ।  ପରେ ୧୯୬୭ ରୁ ୧୯୭୧ ମସିହା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଦଳରୁ କନ୍ଧମାଳ ସାଂସଦ ଭାବେ ନିର୍ବାଚିତ ହୋଇ ନିଜ ପରିବାର ବର୍ଗଙ୍କୁ ଭୂଲି ଅନେକ ଜନହିତକର କାର୍ଯ୍ୟକରି ଏହି ଅଞ୍ଚଳରେ ସେ ବେଶ୍ ପରିଚିତ ହେବା ସହିତ ସମସ୍ତଙ୍କ ପ୍ରିୟପାତ୍ର ହୋଇଥିଲେ । ହେଲେ ନିଜ ପାଇଁ କିଛି ବି ସମ୍ବଳ ନ ରଖି ସବୁ କିଛି ଉତ୍ସର୍ଗ କରିଦେଇଥିଲେ ଜନସମାଜ ଉଦ୍ଦେଶ୍ୟରେ ।  ତାଙ୍କର ଦେହାନ୍ତ ପରେ ତାଙ୍କର ପୂଅଙ୍କ ରୋଗରେ ମୃତ୍ୟୁ ଘଟିବା ପରେ ଏବେ ବେସାହାର ହୋଇପଡିଛି ପୂରା ପରିବାର । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନଥିବାବେଳେ ଖାଇବା ପାଇଁ ଭାତ ମୁଠାଏ ବି ମିଳୁନାହିଁ । ମୁଲ କାମ କଲେ ଘରେ ଜଳୁଛି ଚୂଲି ନହେଲେ ଭୋକ ଉପାସରେ ବିତୁଛି ଜୀବନ । ସରକାର କେବଳ ବିଧବା ଭତ୍ତା ୫୦୦ ଟଙ୍କା ଏବଂ ଚାଉଳ ୫ କେଜି ଦେଇ ଚୁପ୍ ବସିଛି  । ସେପଟେ ଅର୍ଥ ଅଭାବରୁ ନିଜ ବଢିଲା ଝିଅର ବାହାଘର ଟିଏ କରିପାରୁନଥିବା ବିଧବା ମା’   ସରକାରୀ ସହାୟତାକୁ ଅନେଇ ବସିଛନ୍ତି । ।

publive-image

ସେପଟେ ପରିବାରବୋଝକୁ ମୁଣ୍ଡେଇ ନେଇଛନ୍ତି  ଅନିରୁଦ୍ଧଙ୍କ ଦୁଇ ନାତି । ଅର୍ଥ ଅଭାବରୁ ଅଧାରୁ ପାଠପଢା ଛାଡି ପରିବାର ପ୍ରତିପୋଷଣ ନିମନ୍ତେ ବାହାରେ ଯାଇ ଦାଦନ ଖଟୁଛନ୍ତି । ତେବେ ସରକାରଙ୍କ ପାଇଁ ସତେ ଯେମିତି ଅଲୋଡା ହୋଇପଡିଛନ୍ତି ଏହି ପରିବାର । ତେବେ ସେ ଯାହା ହେଉନା କାହିଁକି ପୂର୍ବତନ ନେତା ପରିବାର ହିସାବରେ ନହେଲେ ବି ସାଧାରଣ ପରିବାର ଭଳି ସେମାନଙ୍କୁ ମଧ୍ୟ ସମସ୍ତ ସରକାରୀ ସାହାର୍ଯ୍ୟ ସହାୟାତ ଯେଗାଇଦେବାକୁ ସାଧାରଣରେ ଦାବି ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe