ଭଦ୍ରକ ରାଜନୀତିରେ ରୋଚକ ଦୃଶ୍ୟ । ନଣନ୍ଦ ଭାଉଜଙ୍କ ମଧ୍ୟରେ ଲଢ଼େଇ । ଝିଅ ନୁହେଁ ବୋହୂଙ୍କ ପାଇଁ ପ୍ରଚାର କରୁଛନ୍ତି ପୂର୍ବତନ ବିଧାୟକ ।

112

କନକ ବ୍ୟୁରୋ : ମତଦାନ ତାରିଖ ଯେତିକି ପାଖଉଛି, ଗାଁ ରାଜନୀତି ସେତିକି ଜମୁଛି । ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ସମର୍ଥକ ଘର ଘର ବୁଲି ଭୋଟରଙ୍କୁ ମନେଇବାକୁ ଚେଷ୍ଟା କରୁଛନ୍ତି । ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଆପ୍ରାଣେ ଉଦ୍ୟମ କରୁଛନ୍ତି । ଏହି ପ୍ରଚାର ବେଳେ ଭଦ୍ରକ ବନ୍ତରୁ ଆସିଛି ଭିନ୍ନ ଚିତ୍ର । ପୂର୍ବତନ ବିଧାୟକଙ୍କ ବୋହୂ ଓ ଝିଅ ଦୁହେଁ ଗୋଟିଏ ପଦ ପାଇଁ ଲଢେଇ କରୁଥିବା ବେଳେ ବୋହୂଙ୍କ ପ୍ରଚାର ମଙ୍ଗ ଧରିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ ।

ଭଦ୍ରକ ରାଜନୀତିରେ ରୋଚକ ଦୃଶ୍ୟ । ନଣନ୍ଦ ଭାଉଜଙ୍କ ମଧ୍ୟରେ ଲଢ଼େଇ । ଝିଅ ନୁହେଁ ବୋହୂଙ୍କ ପାଇଁ ପ୍ରଚାର କରୁଛନ୍ତି ପୂର୍ବତନ ବିଧାୟକ । ଭାଇ-ଭାଇ ମଧ୍ୟରେ ଲଢେଇ, ଖବର ଆମେ ଦେଖିଛେ, କିନ୍ତୁ ଭଦ୍ରକ ରାଜନୀତି ମୈଦାନରେ ଲଢୁଥିବା ଏହି ଦୁଇ ଜଣ ପ୍ରାର୍ଥୀ, ସମ୍ପର୍କରେ ନଣନ୍ଦ-ଭାଉଜ । ଭାଉଜ କଂଗ୍ରେସ ସମର୍ଥୀତ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ନଣନ୍ଦ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ନଣନ୍ଦ । ଭଦ୍ରକ ଭଣ୍ଡାରିପୋଖରୀର ପୂର୍ବତନ କଂଗ୍ରେସ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ଝିଅ ମିନତୀ ମଣ୍ଡଳ ଓ ବୋହୂ ଲିଲି ଗୋଚ୍ଛାୟତ । ଦୁହେଁ ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତର ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ରାଜନୀତି ବାପା-ଝିଅଙ୍କୁ ଅଲଗା କରିଦେଇଛି । ଗାଁ ରାଜନୀତିରେ ଝିଅ-ବୋହୂଙ୍କ ମଧ୍ୟରେ ଲଢେଇ ଲାଗିଥିବା ବେଳେ ବୋହୂଙ୍କ ପାଇଁ ପ୍ରଚାର କରୁଛନ୍ତି ପୂର୍ବତନ ବିଧାୟକ । ଘର ଘର ବୁଲି ଭୋଟ ମାଗୁଛନ୍ତି ପଞ୍ଚାନନ ମଣ୍ଡଳ । ଆଉ କହିଛନ୍ତି, ତାଙ୍କ ପାଇଁ ଝିଅ ନୁହେଁ ଦଳ ବଡ, ତେଣୁ ବିଜୟୀ କରିବା ତାଙ୍କ ପାଇଁ ପ୍ରାଥମିକତା । ସେପଟେ ଝିଅ କହିଛନ୍ତି, ସେ ବିଜୟୀ ହେଲେ ବାପାଙ୍କ ଅଧୁୁରା ସ୍ୱପ୍ନ ପୂରଣ କରିବେ । ଝିଅ-ବୋହୂଙ୍କ ମଧ୍ୟରେ ଲଢେଇ ଚାଲିଥିବା ବେଳେ ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ଭୂମିକାକୁ ନେଇ ଓଡଙ୍ଗ ପଞ୍ଚାୟତରେ ଚର୍ଚ୍ଚାର ବିଷୟ ହୋଇଛି ।