ଡବଲ ମର୍ଡର ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ: ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି

ଛତିଶଗଡ ରାୟଗଡର ଫାର୍ଟିସ ହସ୍ପିଟାଲର ଆଇସିୟୁରେ ଚାଲିଛି ଚିକିତ୍ସା

256

କନକ ବ୍ୟୁରୋ: ଡବଲ ମର୍ଡର ମାମଲାରେ ଛତିଶଗଡର ରାୟଗଡ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ ହୋଇଛନ୍ତି । ପରିବାର ଲୋକଙ୍କ ସୂଚନା ଅନୁସାରେ ଗତକାଲି ଅପରାହଣରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ଜେଲ କର୍ତୃପକ୍ଷ ତୁରନ୍ତ ଅନୁପ ସାଏଙ୍କୁ ସରକାରୀ ହସ୍ପିଟାଲରେ ଭର୍ତି କରିଥିଲେ । ତେବେ ସ୍ୱାସ୍ଥ୍ୟବସ୍ଥା ଜଟିଳ ପରେ ରାୟଗଡ ସ୍ଥିତ ଫାର୍ଟିସ ହସ୍ପିଟାଲରେ ଭର୍ତି କରାଯାଇଛି ।

ଆଜି ପୂର୍ବତନ ବିଧାୟକଙ୍କ ଜରୁରୀ ଅସ୍ତ୍ରୋପଚାର ହେବ ବୋଲି କୁହାଯାଉଛି । କୋଭିଡ ପରୀକ୍ଷା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇପାରେ । ଗତ ଫେବୃୟାରୀ ୧୨ ତାରିଖରେ ଏକ ଡବଲ ମର୍ଡର ମାମାଲାରେ ଛତିଶଗଡ ପୁଲିସ ତାଙ୍କୁ ଗିରଫ କରିଥିଲା । କଳ୍ପନା ଦାସ ଓ ତାଙ୍କ ଛୋଟ ଝିଅ ବବଲି ହତ୍ୟାକାଣ୍ଡ ଘଟଣାର ଅଢେଇ ବର୍ଷ ପରେ ପୁଲିସ ଅନୁପ ସାଏଙ୍କୁ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଗିରଫ କରିଥିଲା ।