ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ଆଶ୍ୱସ୍ତି, ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ମଞ୍ଜୁର । ମହିଳା ସାମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିବା ଘଟଣାରେ ହୋଇଥିଲା ମାମଲା ।

Advertisment
ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ଆଶ୍ୱସ୍ତି, ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ମଞ୍ଜୁର । ମହିଳା ସାମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିବା ଘଟଣାରେ ହୋଇଥିଲା ମାମଲା ।

କନକ ବ୍ୟୁରୋ : ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ଆଶ୍ୱସ୍ତି । ରଘୁନନ୍ଦନଙ୍କ ଆଗୁଆ ଜାମିନ ହାଇକୋର୍ଟରୁ ମଞ୍ଜୁର ହୋଇଛି । ମହିଳା ସାମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିବାକୁ ଉଦ୍ୟମ କରିଥିବା ନେଇ ରଘୁନନ୍ଦନଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ଏପରିକି ପୋଲିସ ଆସି ରଘୁନନ୍ଦନଙ୍କ ଘରକୁ ଆସି ପୂରା ଘଟଣାର ଯାଞ୍ଚ କରିଥିଲା । ମହିଳା ସାମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଥିଲା । ତେବେ ଗିରଫଦାରୀ ଏଡାଇବାକୁ ରଘୁନନ୍ଦନ ହାଇକୋର୍ଟରେ କରିଥିଲେ ଆଗୁଆ ଜାମିନ ଆବେଦନ । ଏନେଇ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ ପରେ ରଘୁନନ୍ଦନ ଜାମିନରେ ଯାଇପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe