କଣ ସମାଜ ରାୟ ଶୁଣିବା ପାଇଁ ପ୍ରସ୍ତୁତ ଅଛି କି? ସମଲିଙ୍ଗୀ ବିବାହ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବକୁ କପିଲ ସିବଲଙ୍କ ବୟାନ।

କଣ ସମାଜ ରାୟ ଶୁଣିବା ପାଇଁ ପ୍ରସ୍ତୁତ ଅଛି କି? ସମଲିଙ୍ଗୀ ବିବାହ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବକୁ କପିଲ ସିବଲଙ୍କ ବୟାନ।

କନକ ବ୍ୟୁରୋ: ଗତ କିଛି ଦିନ ଧରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ ସକ୍ରିୟ ରହିଛନ୍ତି । ସିବଲ ବର୍ତ୍ତମାନ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ସେ ଏହାକୁ ନେଇ ମତ ରଖିଛନ୍ତି । ସେ କହିଛନ୍ତି, କଣ ଆମ ସମାଜ ରାୟ ଶୁଣିବାକୁ ପ୍ରସ୍ତୁତ ଅଛି?

ମଙ୍ଗଳବାର ସେ ଟ୍ୱିଟ କରି ଲେଖିଛନ୍ତି ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ସମ୍ପର୍କିତ ଦଲିଲ ଉପରେ ଶୁଣାଣି କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ସମାଜ କଣ କୋର୍ଟଙ୍କ ରାୟ ଶୁଣିବାକୁ ପ୍ରସ୍ତୁତ ଅଛି କି?
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ମଙ୍ଗଳବାର ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ ହୋଇଥିବା ଆବେଦନ ଉପରେ ରାୟ ଶୁଣାଣିବେ । ଏହି ଖଣ୍ଡପୀଠରେ ଜଷ୍ଟିସ ଏସକେ କୌଲ, ଏସ ରବିନ୍ଦ୍ର ଭଟ୍ଟ, ହିମା କୋହଲି, ପିଏସ ନରସିଂହା ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe