କନକ ବ୍ୟୁରୋ: ଗତ କିଛି ଦିନ ଧରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ ସକ୍ରିୟ ରହିଛନ୍ତି । ସିବଲ ବର୍ତ୍ତମାନ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ସେ ଏହାକୁ ନେଇ ମତ ରଖିଛନ୍ତି । ସେ କହିଛନ୍ତି, କଣ ଆମ ସମାଜ ରାୟ ଶୁଣିବାକୁ ପ୍ରସ୍ତୁତ ଅଛି?

Advertisment

ମଙ୍ଗଳବାର ସେ ଟ୍ୱିଟ କରି ଲେଖିଛନ୍ତି ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ସମ୍ପର୍କିତ ଦଲିଲ ଉପରେ ଶୁଣାଣି କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ସମାଜ କଣ କୋର୍ଟଙ୍କ ରାୟ ଶୁଣିବାକୁ ପ୍ରସ୍ତୁତ ଅଛି କି?
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ମଙ୍ଗଳବାର ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ ହୋଇଥିବା ଆବେଦନ ଉପରେ ରାୟ ଶୁଣାଣିବେ । ଏହି ଖଣ୍ଡପୀଠରେ ଜଷ୍ଟିସ ଏସକେ କୌଲ, ଏସ ରବିନ୍ଦ୍ର ଭଟ୍ଟ, ହିମା କୋହଲି, ପିଏସ ନରସିଂହା ରହିଛନ୍ତି ।