କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବିସ୍ଫୋରକ ବୟାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାର ବିରୋଧରେ ‘ଦି ୱାୟାର’କୁ ଏକ ସାକ୍ଷାତକାରରେ ବିସ୍ଫୋରକ ବୟାନ ଦେଇଛନ୍ତି । ପିଏମ୍ଓ, ଗୃହ ମନ୍ତ୍ରାଳୟ, ଏନ୍ଏସ୍ଏ ଅଜିତ ଡୋଭାଲଙ୍କ ବିରୋଧରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି ।

Advertisment

ସତ୍ୟପାଲ ମଲିକ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ କାଶ୍ମୀର ମାମଲାରେ ଅନଭିଜ୍ଞ । ତାଙ୍କ ପାଖରେ ସ୍ଥିତି ନେଇ ଭୁଲ ସୂଚନା ରହିଛି । ୨୦୧୯ରେ ପୁଲୱାମା ଯବାନଙ୍କ ଉପରେ ଯେଉଁ ପ୍ରଚଣ୍ଡ ଆକ୍ରମଣ ହୋଇଥିଲା ତାହା କେନ୍ଦ୍ର ଗୃହ ମନ୍ତ୍ରାଳୟର ତ୍ରୁଟି ଥିଲା । ତାଙ୍କୁ ଏସଂପର୍କରେ ମୁହଁ ଖୋଲିବାକୁ ମନା କରାଯାଇଥିଲା । ପୁଲୱାମା ଆକ୍ରମଣ ମାମଲାରେ ଚୁପ୍ ରହିବାକୁ ମୋଦୀ ତାଙ୍କୁ କହିଥିବା ସେ ଅଭିଯୋଗ କରିଛନ୍ତି । ଏନ୍ଏସ୍ଏ ଅଜିତ ଡୋଭାଲ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ନଖୋଲିବାକୁ ତାଙ୍କୁ କହିଛନ୍ତି କହିଛନ୍ତି ସତ୍ୟପାଲ ମଲ୍ଲିକ । ସିଆରପିଏଫ୍ ଓ କେନ୍ଦ୍ର ଗୃହମନ୍ତ୍ରାଳୟର ତ୍ରୁଟି ଏବଂ ଅପାରଗତା ଯୋଗୁ ଏହି ଆକ୍ରମଣ ହୋଇଥିବା କହିଛନ୍ତି ସତ୍ୟପାଲ ମଲିକ । ଏହା ସହ ସେ କହିଛନ୍ତି ଯେ ସିଆରପିଏଫ୍ ଯବାନଙ୍କୁ ନେବା ପାଇଁ ବିମାନ ଆବଶ୍ୟକତା ସଂପର୍କରେ ଦାବି କରାଯାଇଥିଲା । ହେଲେ ତକ୍ରାଳୀନ ଗୃହମନ୍ତ୍ରୀ ରାଜନାଥ ସିଂହ ଏହାକୁ ଅଣଦେଖା କରିଥିଲେ । ଏବେ ସତ୍ୟପାଲ ମଲ୍ଲିକ କାହିଁକି ଏପରି ବୟାନ ଦେଲେ ତାକୁ ନେଇ ଉଠିଛି ପ୍ରଶ୍ନ ।