ଫାଶୀ ପୂର୍ବର ରାତିରେ କଣ ଥିଲା ଲକ୍ଷ୍ମଣ ନାୟକଙ୍କ ଶେଷ ଇଚ୍ଛା? କନକ ନ୍ୟୁଜ ଷ୍ଟୁଡିଓରେ ସେତେବେଳର ଅଭିଜ୍ଞତା ବଖାଣିଲେ ବ୍ରହ୍ମପୁର ଜେଲର

କହିଲେ ଫାଶୀ ପୂର୍ବ ଦିନ ରାତିରେ ଖାଇବାକୁ ମାଗିଥିଲେ ଚିକେନ ବିରିୟାନୀ

1,643

କନକ ବ୍ୟୁରୋ: ଫାଶି ଦିଆଯିବା ପୂର୍ବଦିନ ରାତିରେ କଣ ଥିଲା ଲକ୍ଷ୍ମଣ ନାୟକଙ୍କ ଶେଷ ଇଚ୍ଛା । ସେ ସମୟର ବ୍ରହ୍ମପୁର ଜେଲର ଜେଲର ଶିବଦାସ ଚାନ୍ଦ କନକ ନ୍ୟୁଜ ଷ୍ଟୁଡିଓରେ ବଖାଣିଛନ୍ତି ସେଦିନର ସତ କାହାଣୀ । ସେ କହିଛନ୍ତି ଯେତେବେଳେ ପୂର୍ବଦିନ ରାତିରେ ଜେଲର ଏବଂ ସୁପରିନଟେଣ୍ଡେଂଟ ଲକ୍ଷ୍ମଣଙ୍କୁ ଭେଟିବାକୁ ଯାଇଥିଲେ, କିଛି ସମୟ ଧରି ତାଙ୍କ ସହିତ କଥାବାର୍ତା କରିଥିଲେ ।

ଏବଂ ପଚାରିଥିଲେ କଣ ତାଙ୍କର ଶେଷ ଇଚ୍ଛା । ଆଉ ଲକ୍ଷ୍ମଣ କହିଥିଲେ ସେ ଚିକେନ ବିରିୟାନୀ ଖାଇବାକୁ ଚାହୁଁଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ଚିକେନ ବିରିୟାନି ଅଣାଯାଇ ଦିଆଯାଇଥିଲା । କିନ୍ତୁ ତାପର ଦିନ ଯେତେବେଳେ ଦେଖାଯାଇଥିଲା, ଲକ୍ଷ୍ମଣ ଚିକେନ ବିରିୟାନି ଖାଇନଥିଲେ ।

ଖାଦ୍ୟର ଏହି ପ୍ୟାକେଟ ଜେଲ କୋଠରୀ ଭିତରେ ସେମିତି ପଡିରହିଥିଲା । ଆଉ ଫାଶୀ ଦିଆଯିବା ପରେ ନିଜେ ଜେଲର ମଧ୍ୟ ସେଦିନ କିଛି ଖାଇପାରିନଥିଲେ । ଖାଲି ଜେଲର ନୁହନ୍ତି, ଜେଲର କିଛି ଅନ୍ତେବାସୀ ମଧ୍ୟ ଖାଦ୍ୟ ଗ୍ରହଣ କରନଥିଲେ ବୋଲି କହିଛନ୍ତି ତକ୍ରାଳୀନ ବ୍ରହ୍ମପୁର ଜେଲର ଜେଲର ଶିବଦାସ ଚାନ୍ଦ ।