ପଶ୍ଚିମ ଓଡ଼ିଶାରେ ହେଉ ଓଡ଼ିଶାର ଦ୍ୱିତୀୟ ରାଜଧାନୀ, କେବିକେ ଓ କନ୍ଧମାଳରେ ସ୍ୱୟଂଶାସିତ ପରିଷଦ ପାଇଁ ଦାବି । ବିଜେଡି କହିଲା, ପ୍ରାସଙ୍ଗିକ ନୁହେଁ ମିଳିମିଶି ରହିବାକୁ ପରାମର୍ଶ ଦେଲା କଂଗ୍ରେସ ।

1,304

କନକ ବ୍ୟୁରୋ: ପୂର୍ବତନ ସାଂସଦ ଭକ୍ତଦାସଙ୍କ ଏହି ବୟାନ ଏବେ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଛି ଏକ ନୂଆ ବିତର୍କ । ଆଚଂଳିକ ବୈଷ୍ୟମ୍ୟତାର ବାହାନ ଦେଖାଇ ଭକ୍ତଦାସ ଏଭଳି କିଛି ଦାବି ଉଠାଇଛନ୍ତି, ଯାହାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି । ପଶ୍ଚିମ ଓଡ଼ିଶାର କେନ୍ଦ୍ରସ୍ଥଳରେ ଓଡ଼ିଶାର ଦ୍ୱିତୀୟ ରାଜଧାନୀ ନିର୍ମାଣ କରିବା ସହ କେବିକେ ଓ କନ୍ଧମାଳରେ ସ୍ୱୟଂଶାସିତ ପରିଷଦ ଗଠନ କରିବାକୁ ଦାବି କରିଛନ୍ତି ଭକ୍ତ ଦାସ ।

ଏପଟେ ଭକ୍ତ ଦାସଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହାର ପ୍ରାସଙ୍ଗିକତାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ କଂଗ୍ରେସ ବିଧାୟକ ସୁର ରାଉତରାୟ ସମସ୍ତଙ୍କୁ ନେଇ ଚାଲିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଏହି ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି-ପଶ୍ଚିମ ଓଡ଼ିଶା କ’ଣ ସାରା ଓଡ଼ିଶା ହିଁ ଅବହେଳିତ ।

ଗତକାଲି ବଲାଙ୍ଗୀରରେ ଏକ ସାମ୍ବାଦିକ ସମ୍ମିଳନୀ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଆଂଚଳିକ ବୈଷମ୍ୟତାର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ କଳହାଣ୍ଡିର ପୂର୍ବତନ ସାଂସଦ ।
ହେଲେ ପ୍ରଶ୍ନ ଉଠୁଛି-
-ବର୍ତ୍ତମାନ ସମୟରେ ଏଭଳି ଦାବିର କୌଣସି ପ୍ରାସଙ୍ଗିତା ଅଛି କି?
-ଦ୍ୱିତୀୟ ରାଜଧାନୀ ପ୍ରସଙ୍ଗ ଉଠାଇ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଭକ୍ତ?
-ପରାଜୟ ପରେ ରାଜନୀତିରେ ଉପସ୍ଥିତି ଜାହିର କରିବାକୁ ଏହା ଏକ ପ୍ରାୟସ କି?
-ପଶ୍ଚିମ ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ଆନ୍ଦୋଳନର ନେତା ହେବାକୁ ଚାହୁଁଛନ୍ତି କି ଭକ୍ତ?