ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଅଶ୍ୱିନୀ କୁମାରଙ୍କ ଆତ୍ମହତ୍ୟା । ସିମଲା ବାସଭବନରୁ ଝୁଲନ୍ତା ଅବସ୍ଥାରେ ଠାବ କଲା ପୁଲିସ । ମୃତ୍ୟୁ ପୂର୍ବରୁ ଛାଡିଯାଇଛନ୍ତି ସୁଇସାଇଡ୍ ନୋଟ୍

ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ସିବିଆଇ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଆତ୍ମହତ୍ୟା କରିଛନ୍ତି ।

558

କନକ ବ୍ୟୁରୋ : ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ସିବିଆଇ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତଦେହ ଶିମଲା ସ୍ଥିତ ବାସଭବନ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି ।
ସୂଚନା ଅନୁଯାୟୀ, ସୁଇସାଇଡ୍ ନୋଟରେ ତାଙ୍କ ଆତ୍ମହତ୍ୟା ନିମନ୍ତେ କେହି ଦାୟୀ ନୁହନ୍ତି ବୋଲି ଉଲ୍ଲେଖ ଅଛି । ଏଥିରେ ଜୀବନରେ ବୀତସ୍ଫୃହ ହୋଇ ପରବର୍ତୀ ଯାତ୍ରାରେ ଯାଉଛି ବୋଲି ଲେଖିଛନ୍ତି । ଶିମଲା ଏସପି ମୋହିତ ଚାବଲା ଘଟଣାର ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି । ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ହିମାଚଳ ପୁଲିସ ମହାନିର୍ଦ୍ଦେଶକ ଭାବେ କାମ କରିଥିଲେ । ସେ ଅଗଷ୍ଟ ୨୦୦୮ରୁ ନଭେମ୍ବର ୨୦୧୦ ପର୍ଯ୍ୟନ୍ତ ସେ ସିବିଆଇର ନିର୍ଦ୍ଦେଶକ ଥିଲେ । ପରେ ୨୦୧୩ରେ ସେ ନାଗାଲାଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ପରେ ସେ ପଦରୁ ଇସ୍ତଫା ଦେଇଥିଲେ