ଲୋକପ୍ରିୟ ଟେଲି ଧାରାବାହିକ ଉତ୍ତରନ୍ ଅଭିନେତ୍ରୀ ଟିନା ଦତ୍ତା ଘରୋଇ ହିଂସାର ଶିକାର ହେଉଥିବା ସୂଚନା ମିଳିଛି । ୫ବର୍ଷ ଧରି ସେ ନିଜ ପ୍ରେମିକଙ୍କ ଦ୍ୱାରା ଘରୋଇ ହଂସାର ଶିକାର ହୋଇ ଆସୁଥିଲେ ବୋଲି ଅଭିଯୋଗ କରିିଛନ୍ତି । ଏକ ସାକ୍ଷାତକାରରେ ସେ ଏଭଳି ଚାଞ୍ଚଲ୍ୟକର ବୟାନ ଦେବା ପରେ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନା ମୁତାବକ, ଖୁବ୍ ଶୀଘ୍ର ଡାୟନ ନାମକ ଏକ ସୋ’ରେ ନଜର ଆସିବାକୁ ଯାଉଛନ୍ତି ଟିନା । ଯାହାର ପ୍ରମୋସନ ପାଇଁ ସେ ଯାଇଥିବା ବେଳେ ନିଜ ସହ ହୋଇଥିବା ଘରୋଇ ହିଂସା ବିଷୟରେ ଜଣାଇଥିଲେ । ୫ବର୍ଷ ପର୍ୟ୍ୟନ୍ତ ଟିନା ପ୍ରେମ ସଂପର୍କରେ ରହିଥିବା ବେଳେ ତାଙ୍କ ପ୍ରେମିକ ତାଙ୍କୁ ମାଡ଼ ମାରୁଥିଲେ ବୋଲି କହିଛନ୍ତି ଟିନା । ପ୍ରେମିକଙ୍କ ସହ ସଂପର୍କକୁ ବଞ୍ଚାଇ ରଖିବା ପାଇଁ ମୁଁ ଅନେକ ଚେଷ୍ଟା କରିଥିଲି । ତାଙ୍କୁ ଭଲ ପାଉଥିବାରୁ ମୁଁ ତାଙ୍କର ସବୁ ଅତ୍ୟାଚାର ସହି ଆସୁଥିଲି । କିନ୍ତୁ ଯେତେବେଳେ ସେ ମୋତେ ନିଜ ସାଙ୍ଗମାନଙ୍କ ଆଗରେ ମାଡ଼ ମାରିଲେ, ମୁଁ ତାଙ୍କ ସହ ସଂପର୍କ ଛିନ୍ନ କରିବାର ନିଷ୍ପତ୍ତି ନେଲି ବୋଲି ଟିନା କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/Tinaa-Datta-about-Her-Abusive-Relationship.jpg)
/kanak/media/post_attachments/wp-content/uploads/2019/01/Tina_BB_07032016-300x152.jpg)