ସଲମାନ ଖାନଙ୍କ ଉପରେ ଅଭିଯୋଗ ଆଣିଲେ ପୁରୁଣା ପ୍ରେମିକା। କ୍ୟାମେରା ସାମ୍ନାକୁ ଆସି ଶୋଷଣ ଓ ନିର୍ଯ୍ୟାତନା କଥା କହିଲେ ସୋମୀ।

920

କନକ ବ୍ୟୁରୋ: ବିବାଦ ଆଣିଛି ପୁରୁଣା ପ୍ରେମ । ବିଗତ ଦିନ ତିକ୍ତତାପୂର୍ଣ୍ଣ ସର୍ମ୍ପକକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ସଲମାନ ଖାନ ଓ ତାଙ୍କର ପୂର୍ବତନ ପ୍ରେମିକା ସୋମି ଅଲ୍ଲୀ । କିଛି ଦିନ ପୂର୍ବରୁ କ୍ୟାମେରା ସାମ୍ନାକୁ ଆସି ସୋମୀ ଅଲ୍ଲୀ ଅଭିନେତା ସଲମାନ ଖାନଙ୍କ ଉପରେ ଏମିତି କିଛି ଅଭିଯୋଗ ଆଣିଥିଲେ ଯାହା ଦେଶର ଖବରରେ ରହିଥିଲା । ସଲମାନ ତାଙ୍କୁ ମାନସିକ, ଶାରିରୀକ. ଯୌନ ନିର୍ଯ୍ୟାତନା ଦେବା ସହ ଶୋଷଣ କରୁଥିବା ସେ ଅଭିଯୋଗ କରିଥିଲେ । ଏବେ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି ସୋମୀ ଅଲ୍ଲି ଆଉ ସମାନ ଅଭିଯୋଗ ପୁଣି ଆଣିଛନ୍ତି । ସର୍ବସାଧାରଣରେ ସଲମାନଙ୍କଠୁ କ୍ଷମା ଦାବି କରିଛନ୍ତି ସୋମି ଅଲ୍ଲୀ ।

୧୯୯୧ରୁ ୧୯୯୯ ପର୍ଯ୍ୟନ୍ତ ସଲମାନ ଓ ସୋମୀ ପ୍ରେମ ସମ୍ପର୍କରେ ରହିବା ସହ ଅନେକ ଫିଲ୍ମରେ ଏକାଠି ଅଭିନୟ ମଧ୍ୟ କରିଥିଲେ । ଏବେ ହଠାତ ସୋମି ଅଲ୍ଲୀ କ୍ୟାମେରା ସାମ୍ନାକୁ ଆସି ସଲମାନଙ୍କ ଉପରେ ଏଭଳି ଗମ୍ଭୀର ଅଭିଯୋଗ ଆଣିବା ପଛରେ ଗୋଟିଏ ବଡ କାରଣ ରହିଥିବା କୁହାଯାଉଛି । ଭାରତରେ ସୋମି କିଛି ଇଭେଣ୍ଟର ଆୟୋଜନ କରୁଛନ୍ତି ତାକୁ ଜାଣିଶୁଣି ସଲମାନ ରଦ୍ଧ କରୁଥିବା ସୋମୀ ଅଭିଯୋଗ କରିଛନ୍ତି । ଏଥିସହ ପୁରୁଣା ତିକ୍ତତାପୂର୍ଣ୍ଣ ସର୍ମ୍ପକକୁ ସାମ୍ନାକୁ ଆଣିବାକୁ ମଧ୍ୟ ପଛାଇ ନାହାଁନ୍ତି ।