ବିଜେଡିକୁ ଆକାଶଙ୍କ ବାଏ ବାଏ । କହିଲେ ସ୍ୱାଭିମାନ ପାଇଁ ଛାଡ଼ିଛି ‘ଶଙ୍ଖ’ ।

343

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଆକାଶ ଦାସନାୟକ । ୨୦୧୪ରୁ ୨୦୧୯ ଯାଏଁ କୋରେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଆକାଶ । ତେବେ ୨୦୧୯ରେ ଆକାଶଙ୍କ ଟିକେଟ୍ ଦଳ କାଟିବା ପରେ ତାଙ୍କୁ ମନେଇବା ପାଇଁ ମୋ କଲେଜ ଯୋଜନାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ ନବୀନ ପଟ୍ଟନାୟକ । କିନ୍ତୁ ଆକାଶଙ୍କ ଆଶା ଏଥର ଟିକେଟ୍ ମିଳିବ ବୋଲି ଗଣମାଧ୍ୟମ ଆଗରେ କହୁଥିଲେ ।

ଅନ୍ୟପଟେ ବିଜେଡିରୁ ଇସ୍ତଫା ଦେବାର କାରଣ କନକ ନ୍ୟୁଜକୁ କହିଛନ୍ତି ଆକାଶ ଦାସନାୟକ । କହିଲେ, ଅନ୍ତରାତ୍ମାର ସ୍ୱର ଏବଂ ଆତ୍ମସମ୍ମାନ ପାଇଁ ବିଜେଡିରୁ ଇସ୍ତଫା ଦେଇଛି । ଦଳ ଉପରେ ଅଭିମାନ ପାଇଁ ଇସ୍ତଫା ଦେଇଛି, ଆଉ ସବୁଠାରୁ ବଡ଼ କଥା ହେଲା, ମୋ କୋରେଇ ଲୋକଙ୍କ ସ୍ୱାଭିମାନ ପାଇଁ ଆଜି ଇସ୍ତଫା ଦେବାକୁ ବାଧ୍ୟ ହେଲି । ମୋ ଜୀବନ ସମାଜସେବା ପାଇଁ ସମର୍ପିତ, ସମର୍ଥକ ଓ ବନ୍ଧୁଙ୍କ ସହ ଆଲୋଚନା ଏବଂ ପରାମର୍ଶରେ ଆଗାମୀ ନିଷ୍ପତ୍ତି ନେବି ।