ବିଜେପୁର ପାଇଁ ବିଜେଡିର ପ୍ରାର୍ଥୀ କିଏ ? ରୀତାଙ୍କୁ ରିପିଟ୍ ନା ଆଉ କାହାକୁ ଭରସିବେ ନବୀନ, ଆରମ୍ଭ ହେଲା ଅଙ୍କ କଷା ।

1,158

କନକ ବ୍ୟୁରୋ: କିଏ ହେବ ବିଜେପୁର ବିଜେଡି ବିଧାୟକ ପ୍ରାର୍ଥୀ ? ଏଭଳି ପ୍ରଶ୍ନ ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । କାରଣ ବିଜେପୁର ବିଧାନସଭା ସିଟ୍ ଛାଡ଼ିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଧିବିଦ୍ଧଭାବେ ବାଚସ୍ପତିଙ୍କ ନିକଟକୁ ବିଜେପୁର ବିଧାୟକ ପଦ ଛାଡ଼ି ଇସ୍ତଫା ପତ୍ର ପଠାଇଛନ୍ତି ନବୀନ । ଆଉ ଏହାପରେ ଆରମ୍ଭ ହୋଇଛି ଅଙ୍କକଷା । ଏଥର ବିଜେପୁରରେ ବିଜୟକୁ ରିପିଟ୍ କରିବା ପାଇଁ ଆଗକୁ ହେବାକୁଥିବା ଉପ-ନିର୍ବାଚନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

bijepur (3)ସେପଟେ ପୁଣି ଥରେ ବିଜେଡି ବିଜେପୁରର ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ରିପିଟ୍ କରିପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ଗତବର୍ଷ ବିଜେପୁର ଉପ-ନିର୍ବାଚନରେ ଯେତେବେଳେ ବିଜେପୁର ସମସ୍ତ ଦଳ ପାଇଁ ସମ୍ମାନର ଲଢ଼େଇ ଥିଲା, ସେତେବେଳେ ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କର ସମସ୍ତ ପ୍ରତିଦ୍ୱନ୍ଦିଙ୍କୁ ଧରାଶାୟୀ କରି ବିପୁଳ ଭୋଟ୍ ରେ ପରାଜିତ କରିଥିଲେ । ଯାହା ବିଜେଡିର ଦବଦବା ଜାହିର କରିଥିଲା । ଏହାପରେ ଚଳିତ ନିର୍ବାଚନରେ ରୀତାଙ୍କ ସ୍ଥାନ ନେଇ ପୁଣି ଗଡ଼ ସୁରକ୍ଷା କରିବାରେ ସକ୍ଷମ ହୋଇଥିଲେ ନବୀନ । ହେଲେ ବର୍ତ୍ତମାନ ଏହି ଆସନକୁ ଛାଡ଼ିବା ପରେ ହେବାକୁଥିବା ଉପ ନିର୍ବାଚନ ପାଇଁ ନବୀନ ପୁଣିଥରେ ରୀତାଙ୍କୁ ଭରସି ପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

bijepurଚଳିତ ଥର ନିର୍ବାଚନରେ ନବୀନ ପ୍ରଥମ ଥର ପାଇଁ ଦୁଇଟି ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ । ଯେଉଁଥିରେ ନିଜର ପାରମ୍ପାରିକ ହିଞ୍ଜିଳି ଆସନ ଏବଂ ବିଜେପୁର ବିଧାନସଭା ସିଟରୁ ମଧ୍ୟ ବିପୁଳ ପରିମାଣ ଭୋଟରେ ବିଜୟୀ ହୋଇଥିଲେ ନବୀନ । ସବୁଠାରୁ ବଡ଼ କଥା ହେଲାକି ନିଜର ପାରମ୍ପାରିକ ହିଞ୍ଜିଳି ଆସନକୁ ରଖି ବିଜେପୁର ଆସନ ଛାଡ଼ିବା ପରେ ଏବେ ନବୀନ ରୀତା ସାହୁଙ୍କୁ ନା ଆଉ କାହାକୁ ଏହି ଆସନର ହକଦାର ବାଛିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

bijepur electionଅନ୍ୟପଟେ ଚଳିତ ନିର୍ବାଚନରେ ବିଜୟୀପରେ ବିଜେପୁରବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ସହ ନିଜେ ପ୍ରତି ମାସରେ ଏହାର କାର୍ଯ୍ୟକାରିତାକୁ ନେଇ ତଦାରଖ କରିବେ ବୋଲି ବିଜେପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଏସବୁ ଭିତରେ ନବୀନଙ୍କ ବିଜେପୁର ଆସନ ଛାଡ଼ିବା ପରେ ଏବେ ବିରୋଧୀମାନେ ମଧ୍ୟ ପ୍ରସ୍ତୁତ ରହିଲେଣି । ୧୯ ଯୁଦ୍ଧରେ କେଉଁଠି ଭୂଲ ରହିଲା ତାହାର ତର୍ଜମା କରି ଉପ ନିର୍ବାଚନରେ ବିଜେଡିକୁ ଚେକମେଟ୍ ଦେଇ ବିଜୟୀ ତିଳକ ପିନ୍ଧିବାକୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଉପ-ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ କସରତ କରିବେ ବିରୋଧୀ । ହେଲେ ଶାସକ ବିଜେଡି ଏଥର ବିଜେପୁରରେ ବିଜୟକୁ ରିପିଟ୍ କରିବା ପାଇଁ ଆଗକୁ ହେବାକୁଥିବା ଉପ-ନିର୍ବାଚନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ମଧ୍ୟ ସସପେନ୍ସ ରହିଛି ।